ବିଧବା ପତ୍ନୀ ହେଲେ ସଧବା, ସ୍ୱାମୀଙ୍କୁ କଲେ ଦ୍ୱିତୀୟ ବିବାହ

କୋରାପୁଟ : ପୁଣି ସଧବା ହେଲେ ବିଧବା ପତ୍ନୀ । ନିଜ ସ୍ୱାମୀଙ୍କୁ କଲେ ଦ୍ୱିତୀୟ ବିବାହ । ହୋମଯଜ୍ଞ ଓ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଭିତରେ ପୁଣିଥରେ ପଡିଲା ହାତଗଣ୍ଠି । ହାତରେ ଶଙ୍ଖା ପିନ୍ଧିଲେ ସୁବର୍ଣ୍ଣ । ଦ୍ୱିତୀୟଥର ପାଇଁ ସ୍ୱାମୀ ଘାସିଙ୍କୁ ବୈଦୀକ ରୀତିରେ କଲେ ବିବାହ । କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ପୋଡାପଦର ଗାଁର ଘାସି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ ।

ପରେ ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ଶୁଦ୍ଧିକ୍ରିୟା ସାରି ଦେଇଥିଲେ । ବିଧବା ହୋଇ ଯାଇଥିରେ ପତ୍ନୀ ସୁବର୍ଣ୍ଣ । ହେଲେ ଗୁରୁବାର ପୁଣି ଅଗ୍ନୀକୁ ସାକ୍ଷୀ ରଖି ଦୁହେଁ ବିବାହ କରିଛନ୍ତି । ୨ ବର୍ଷ ତଳେ ଘାସି ଅମାନ୍ୟତା ଗାଁର ଅନ୍ୟ କେତେକ ଲୋକଙ୍କ ସହ ମିଶି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଉଥିଲେ । କିନ୍ତୁ ବାଟରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ବହୁଦିନ ଧରି ଖୋଜାଖୋଜି କରିବା ପରେ ବି ତାଙ୍କ ସନ୍ଧାନ ପାଇନଥିଲେ । ଯିବାର ୮ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଯାଇଥିବା ଖବର ପାଇଥିଲେ ପରିବାର ଲୋକ ।

nis-ad
Leave A Reply

Your email address will not be published.