ଅନୁଭବଙ୍କ ଭିଡିଓ ରିଲିଜ୍ ପରେ ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ରିଲିଜ୍ ପରେ ଆଜି ଏନେଇ ବିଜେଡି ପ୍ରତିକ୍ରିୟା ରଖିଛି । ଦଳର କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟାରେ ରଖି କହିଛନ୍ତି, ସେ ଭିଡିଓଟିକୁ ଦେଖିଛନ୍ତି ଓ ସେଥିରେ ସାଂସଦ ନିଜ ବ୍ୟକ୍ତିଗତ ଜୀବନ କଥା କହିଛନ୍ତି । ସାଂସଦ ହିସାବରେ କେନ୍ଦ୍ରାପଡା ଲୋକଙ୍କ ପାଇଁ କ’ଣ କରିଛନ୍ତି, ତାହା କହିନାହାନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ମତ ହେଉଛି ଜଣେ ରାଜନେତାଙ୍କ ସଫଳାତାର ମାପକାଠି ।

ଅନୁଭବଙ୍କୁ ଦଳରେ ଅଣଦେଖା କରାଯାଉନାହିଁ ଓ କେନ୍ଦ୍ରାପଡାର ସବୁ ମିଟିଂକୁ ତାଙ୍କୁ ଡକାଯାଏ ବୋଲି ଦେବାଶିଷ କହିଛନ୍ତି । ତେବେ ପଂଚାୟତ ନିର୍ବାଚନ ବେଳେ ତାଙ୍କୁ କେଉଁଠି ଦେଖିବାକୁ ପାଇନଥିଲେ ବୋଲି ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହିତ ବ୍ରଜାରାଜନଗର ଷ୍ଟାର କ୍ୟାମ୍ପେନର୍ ତାଲିକାରୁ ବାଦ୍ ପ୍ରସଙ୍ଗରେ ସେ କହିଛନ୍ତି ସଂପୃକ୍ତ ଅଂଚଳ ସହ ପରିଚିତ ଦେଖି ପାର୍ଟି କ୍ୟାମ୍ପେନର୍ ଲିଷ୍ଟ ପ୍ରସ୍ତୁତ କରିଥାଏ ।

ସୂଚନାଥାଉ କି ଗତକାଲି ଅନୁଭବ ଅଧଘଣ୍ଟାର ଏକ ଭିଡିଓ ରିଲିଜ୍ କରି ନିଜର ମନର ବ୍ୟଥା ଓ ବେଦନା ପରିପ୍ରକାଶ କରିଥିଲେ । ଏଥିରେ ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ମଧ୍ୟ ସେ ସନେ୍ଦହ ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.