ଫିରିଙ୍ଗିଆ ମାଝିପଡ଼ା ଘାଟିରେ ଦୁର୍ଘଟଣା :ଅଟୋକୁ ପିଟିଲା ଟ୍ରକ୍‌, ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଆହତ…

ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମାଝିପଡ଼ା ଘାଟିରେ ଦୁର୍ଘଟଣା । ଅଟୋକୁ ପିଟିଲା ଟ୍ରକ । ୩ ଅଙ୍ଗନବାଡି କର୍ମୀଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଫୁଲବାମୀ ସଦର ମହକୁମା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଏକ ସଂସ୍ଥା ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.