ପରିତ୍ୟକ୍ତ ଅବସ୍ଥାରେ ବ୍ରାହ୍ମଣୀଗାଁ କୃଷି ବିଭାଗ କାର୍ଯ୍ୟାଳୟ…

ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ

ଦାରିଙ୍ଗବାଡ଼ି :, କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ସ୍ଥିତ କୃଷି ବିଭାଗର ୩ଟି ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବିଭାଗୀୟ ଉଚ୍ଚ ଅଧିକାରୀ ଗଣ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଏହି ଘର ଗୁଡିକୁ ଦେଖିଲେ ଠିକ ବାରିହେଉଛି। ଖବର ନେବାରୁ ଜଣା ପଡିଛିଯେ ୨୦୧୨ ସାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କୁଆଡେ ଏହି ନିନୋଟି ଘରର ମରାମତି କାମ କରାଯାଇଥିଲା। ତାପର ଠାରୁ ଘର ଗୁଡିକର ରକ୍ଷଣାବେକ୍ଷଣ କରା ଯାଇନଥିବାରୁ ଗୋଟିଏ ଘରର କାନ୍ଥରୁ ଇଟା ଖସି ବିରାଟ ଗର୍ତ ହୋଇ ଦେଖା ଯାଉଛି। ଏହି ଘର ଗୁଡିକ ବାସଉପଯୋଗୀ ନଥିବାରୁ ବିଭାଗୀୟ କୃଷି କର୍ମଚାରୀ ନିଜର ସୁବିଧା ଓ ନିରାପତ୍ତା ଦୃଷ୍ଟିରୁ ଝିଞ୍ଜିରିଗୁଡା ଗ୍ରାମ ପଂଚାୟତର କିରମା ଗାଁର କୋଠ ଘରେ ଜରୁରୀ ପରିସ୍ଥିତିରେ ଆସି ରହୁଥିବା ଜଣାପଡିଛି।ରାଜ୍ୟ ସରକାର କୃଷିକୁ ପ୍ରାଧାନ୍ୟଦେଇ ଆସୁଥିବା ଡିଣ୍ଡିବ ପିଟୁ ଥିବା ବେଳେ ବ୍ରାହ୍ମଣୀଗାଁ ଅଂଚଳରେ ରହିଥିବା ୮ଗୋଟି ପଞ୍ଚାୟତ ଯଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳି, ତାଜୁଙ୍ଗି ଓ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ପାଇଁ ଜଣେ ମାତ୍ର କନିଷ୍ଟ କୃଷି ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି। ହେଲେ ପୂର୍ବରୁ ପ୍ରତି ପଂଚାୟତରେ ଜଣେ କୃଷି ଗ୍ରାମସେବକଙ୍କୁ ନିଯୁକ୍ତି ଦେଇ ଚାଷୀ କୂଳକୁ କୃଷିଭିତିକ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଥିଲା ଓ ଉନ୍ନତ ମାନର କୃଷି ପଦ୍ଧତି ସମ୍ପର୍କରେ ସଚେତନ କରାଯାଉଥିଲା। ବର୍ତମାନ ଏହିସବୁ ସୁବିଧା ସୁଯୋଗରୁ ବଞ୍ଚିତ ରହୁଥିବା ଅଞ୍ଚଳର ଚାଷୀ କୁଳ ପକ୍ଷରୁ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.