ପାଗଳ ବିଲୁଆ କାମୁଡାରେ ୮ ଆହତ…

ହିଞ୍ଜିଳି ପ୍ରତିନିଧି // ନିସର୍ତ୍ତ

ହିଞ୍ଜିଳିକାଟୁ :ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ପଚାଂୟତ ବାଦିଆମ୍ବ ଗ୍ରାମରେ ରେ ଗୁରଙବାର ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ପାଗଳ ବିଲୁଆ କାମୁଡାରେ ୮ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ବାଦିଆମ୍ବଗ୍ରାମର ଟିନା ଗୌଡ(୫୦),ଯୁଧିଷ୍ଟିର ଜେନା (୬୦),ଅପୁର୍ବ ଜେନା (୫୫),ବିନୋଦ ସାହୁ (୬୦),ନିର ଡାକୁଆ( ୫୩) ,ଅପୁର୍ଵ ସେଠୀ (୩୮),ମେଳା ସେଠୀ (୩୪),ଓ ସୁଦଷ୍ଟା ଜେନା (୫୦) । ଘଟଣାରୁ ପ୍ରକାଶ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବାଦିଆମ୍ବ ଗ୍ରାମର ବଡ ବନ୍ଧ ପାଖ ଜମିରେ ଚାଷୀ ମୂଲିଆ ପଦରରେ କାମ କରୁଥିବା ସମୟରେ ଏକ ପାଗଳ ବିଲୁଆ ହଠାତ ଜଣକକୁ କାମୁଡି ଥିଲା ପାଟି କରି ଘଉଡାଇବାରୁ ଜଣକ ପରେ ଜଣକୁ ତିନୋଟି ପାଖ ଵିଲରେ କାମ କରୁଥିବା ଚାଷୀ ଙ୍କୂ ଶରୀରର ବିଭିନ୍ନ ସ୍ଥାନରେ କାମୁଡି ପକାଇଥିଲା। ଆଖ ପାଖରେ ଥିବା ଲୋକ ସେଠାରେ ବିଲୁଆ କୁ ଘଉଡାଇ ଆହତଙ୍କୁ ଉଦ୍ଧାର କରିଥିଲେ ।ପାଗଳ ବିଲୁଆ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଗ୍ରାମ ବାସୀ ବିଲୁଆକୁ ଭୟରେ ବାଡାଇ ମାରିଦେଇଥିଲେ। ଗ୍ରାସ ସରପଚଂ ଜନାର୍ଦନ ସେଠୀ, ସମାଜ ସେବୀ ମାର୍କଣ୍ଡ ପାଣିଗ୍ରାହୀ ଓ ଭଗବାନ ମହାନ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ୮ ଜଣ ଆହତଙ୍କୁ ହିଞ୍ଜିଳିକାଟୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜଣକର ଅଵସ୍ତା ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

nis-ad
Leave A Reply

Your email address will not be published.