ଟ୍ରାକ୍ଟର ଓ ମଟର ସାଇକେଲ ଦୁର୍ଘଟଣା। ଜଣେ ଗୁରୁତର

ଦାରିଙ୍ଗବାଡ଼ି,(୧୯/୫) : ଦାରିଙ୍ଗବାଡ଼ି ବ୍ଳକ ଦନେକବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜିଯାମାହା ଗ୍ରାମର ଫାମ୍ପି ନାୟକଙ୍କ ପୁଅ ଦୀପକ ନାୟକ(୨୫) ଟ୍ରାକ୍ଟର ଓ ମଟର ସାଇକେଲ ଧକାରେ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୀପକ କୌଣସି କାମରେ ମଟର ସାଇକେଲରେ ଦାରିଙ୍ଗବାଡ଼ି ଆସି କାମସାରି ଜିଯାମାହା ଗ୍ରାମକୁ ଫେରୁଥିଲେ । ଦାରିଙ୍ଗବାଡ଼ି ନିକଟ କଫି ବଗିଚା ରୋଡ଼ରେ ଏକ ଅଜଣା ଟ୍ରାକ୍ଟର ଚାଷକରି ଦାରିଙ୍ଗବାଡ଼ିକୁ ଆସୁଥିଲା । କୌଣସି କାରଣରୁ ଟ୍ରାକ୍ଟର ଓ ମଟର ସାଇକେଲ ଦୁର୍ଘଟଣା ସମ୍ମୁଖୀନ ହୋଇ ମଟର ସାଇକେଲ ଚାଳକ ଦୀପକଙ୍କ ଆଣ୍ଠୁ ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଫେରାର ହୋଇଥିଲା ବେଳେ ଅନ୍ୟମାନେ ରାସ୍ତାରେ ପଡ଼ିଥିବା ଦେଖି ଦାରିଙ୍ଗବାଡ଼ି ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.