ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ ପ୍ରତିଯୋଗିତା : ରୟାଲ ଷ୍ଟ୍ରାଇକର ଵିଜୟୀ


ହିଂଜିଳିକାଟୁ, ୧୯।୫ : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ବୁଧବାର ସଂଧ୍ୟାରେ ଏମସିସି ହିଞ୍ଜିଳିକାଟୁ ଓ ରୟାଲ ଷ୍ଟ୍ରାଇକର ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚରେ ଏମ ସି ସି ହିଞ୍ଜିଳିକାଟୁ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲେ। ରୟାଲ ଷ୍ଟ୍ରାଇକର ୧୨ ଓଭର ଖେଳି ୧୦ ୱିକେଟ ହରାଇ୧୦୯ ସଂଗ୍ରହ କରିଥିଲା। ଜଵାବରେ ଏମ ସି ସି ହିଞ୍ଜିଳିକାଟୁ ୯ୱିକେଟ ହରାଇ ୮୬ ରନ କରିଥିଲେ । ଫଳରେ ରୟାଲ ଷ୍ଟ୍ରାଇକର ବ୍ରହ୍ମପୁର ଦଳ୨୩ ରନରେ ବିଜୟୀ ହାସଲ କରିଥିଲେ। ରୟାଲ ଷ୍ଟ୍ରାଇକର ବ୍ରହ୍ମପୁର ଦଳର ରାଧା ୩ୱିକେଟ ନେବା ସହ ୩୧ ବଲରେ ୭୧ ରନ ସଂଗ୍ରହ କରି ମେନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆଲୋକ ପାତ୍ର ଓ ବାବୁ ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ। ଅମୂଲ୍ୟ ରତ୍ନ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବଣ୍ଟି ପୃଷ୍ଟି ସ୍କୋରର ଦାୟିତ୍ବ ତୁଲାଇଥିଲେ। , ସତ୍ୟ ପାଣିଗ୍ରାହି, ସୁଜିତ ସାଇଁ ଓ ଚିନ୍ମୟ ପଣ୍ଡା ଙ୍କସମେତ ମଣ୍ଡିଂ କ୍ରିକେଟ କ୍ଳବର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.