ଡ଼ଃ ସପନ କୁମାର ଦିଣ୍ଡାଙ୍କ ବିରଳ ଅସ୍ତ୍ରୋପଚାର : ରୋଗୀର ମୂତ୍ରାଶୟ ରୁ ବହାରକଲେ ୧୨୦୦ଗ୍ରାମ ଓଜନର ପଥର…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ମାଲକାନଗିରି : ମାଲକାନଗିରି ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ଡ଼ଃ ସପନ କୁମାର ଦିଣ୍ଡା ଙ୍କ ଦ୍ୱାରା ଆଜି ଏକ ବିରଳ ଅପରେସନ ଦ୍ୱାରା ଜୈନେକ ରୋଗୀଙ୍କ ମୂତ୍ରାଶୟ ଥଳିରୁ ପ୍ରାୟ୧୨୦୦ଗ୍ରାମରୁ ଅଧିକ ଓଜନର ଏକ ପଥର ବାହାର କରିଛନ୍ତି । ସୂଚନାରୁ ପ୍ରକାଶ ଚିତ୍ରକୋଣ୍ଡା ବ୍ଲକ ଅଧିନସ୍ଥ ଆରଏସି ୧୧ଗ୍ରାମର ଦଶରଥ ଖିଲ ନାମକ ବ୍ୟକ୍ତି ଜଣକ ଦୀର୍ଘ ଦିନ ହେବ ଚାଲବୁଲ ହେଉ କି ବସାଉଠା ହେଉ ତଳିପେଟରେ ଓ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଦିନକୁ ଦିନ ଯନ୍ତ୍ରଣା ଅଧିକ ହେବାରୁ ଉନ୍ନତ ଚିକିତ୍ସା ପାଇଁ ସେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥଲେ । ଡାଃ ଦିଣ୍ଡାଙ୍କ ତତ୍ୱାବଧାନରେ ସମସ୍ତ ପରୀକ୍ଷା ନିରୀକ୍ଷଣ ପରେ ମୂତ୍ରାଶୟରେ ପଥର ଥିବା ଜଣାପଡିଥିଲା । ଆଜି ଡ଼ଃ ଦିଣ୍ଡା ଙ୍କ ନେତୃତ୍ୱରେ ମେଡିକାଲ ଏକ ଟିମ ଦ୍ୱାରା ଏହି ବିରଳ ଅସ୍ତ୍ରୋପଚାର କରାଯାଇ ଥିଲା ଏବଂ ମୂତ୍ରାଶୟ ଥଳିରୁ ଏହି ପଥରଟି ବାହାର କରିଥଲେ ଆଜି ଏହି ଅସ୍ତ୍ରୋପଚାର ସମୟରେ ଡ଼ଃ ନିହାର ତ୍ରିପାଠୀ, ଡ଼ଃ ଦୁର୍ଗା ପ୍ରସାଦ ପଣ୍ଡା ଓ ଦୁଇ ନର୍ସ ପାପନା ଵାଲା, ବନିତା ମୁଣ୍ଡ ସମବେତ ଭାବେ ସହଯୋଗ କରିଥିଲେ । ଏଠାରେ କହିବା ବାହୁଲ୍ୟ ଯେ ବହୁ ପ୍ରତିଭା ଓ ପୁରସ୍କାର ପ୍ରାପ୍ତ ଡ଼ଃ ସପନ କୁମାର ଦିଣ୍ଡା ମାଲକାନଗିରି ଜିଲ୍ଲା ସମେତ ସୀମାନ୍ତ ଛତିଶଗଡ଼ ଅଞ୍ଚଳ ବାସୀଙ୍କ ପ୍ରିୟ ହେଇଥିବା ବେଳେ ଦିନକୁ ଦିନ ରୋଗୀଙ୍କ ସେବାରେ ନିଜକୁ ସମର୍ପିତ କରି ଜନ ସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି ।

nis-ad
Leave A Reply

Your email address will not be published.