ଦାରିଙ୍ଗବାଡି : ସିମନବାଡି ସ୍ଥିତ ଜଗନ୍ନାଥ ମନ୍ଦିରରେ କଲ୍ୟାଣ ମଣ୍ଡପ ନିର୍ମାଣ ଓ ପାଟଖଣ୍ଡା ମନ୍ଦିରରେ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇଟି ପ୍ରକଳ୍ପର ଅଟକଳ ମୂଲ୍ୟ ୨୦ ଲକ୍ଷ ଟଙ୍କା । ଏହି ଭିତିପ୍ରସ୍ତର ସ୍ଥାପନରେ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ,ସିମନବାଡି ସମିତି ସଭ୍ୟ ସାଧୁ ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ସିମନବାଡି ନାଏବ ସରପଞ୍ଚ ଏସ.ସୁନୀଲ ସୁବୁଦ୍ଧି,ସୁକଦେବ ପ୍ରଧାନ,ବୁଡାଗୁଡା ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ,ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଳିକ ଓ ଜଗନ୍ନାଥ କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିବା ବେଳେ ସରୋଜ ସାହୁ,ବିନୋଦ ସାହୁ,କୁଲୁ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.