ସରପଞ୍ଚଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସଭା ଗୃହରେ ନୂତନ ଆଧାର ପଞ୍ଜିକରଣ ଓ ଆଧାର ସଂଶୋଧନ ପାଇଁ, ଅସ୍ଥାୟୀ କେନ୍ଦ୍ର ଖୋଲା ଗଲା…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଅଧୀନରେ ୨୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ନୂତନ ଆଧାର ପରିଚୟ ପତ୍ର ପଞ୍ଜିକରଣ ଓ ଆଧାର ପରିଚୟ ପତ୍ରର ସଂଶୋଧନ କରିବା ନେଇଁ ବ୍ଲକ ପରିସରେ ଆଧାର ସେଣ୍ଟର ରହିଛି। ଏହାସହିତ ଦାରିଙ୍ଗବାଡି ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ବି ଆଧାର କାମ କରାଯାଉଛି। ନୂତନ ଆଧାର ପଞ୍ଜିକରଣ ଓ ଆଧାର ସଂଶୋଧନ ପାଇଁ ଦୁଇ ଆଧାର କେନ୍ଦ୍ରରେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ହେଲେ ଅତି ବେଶୀହେଲେ ପ୍ରତିଦିନ ୫୦ରୁ ୬୦ ଲୋକଙ୍କ ନୂତନ ଆଧାର ପଞ୍ଜିକରଣ ଓ ଆଧାର ସଂଶୋଧନ ହୋଇ ପାରୁଛି। ଯାହାରି ଫଳରେ ବହୁ ଲୋକ ଆଧାର କାମ କରିନ ପାରି ଦୁରଦୁରାନ୍ତର ଜନ ସାଧାରଣ ବହୁ ଆର୍ଥିକ କ୍ଷତି ସହୁଛନ୍ତି। ଏହି କାରଣରୁ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲିକଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ଅଂଚଳରେ ରହିଥିବା ୮ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସୁବିଧା କରିବାକୁ ଯାଇ ଅସ୍ଥାୟୀ ଆଧାର ପଞ୍ଜିକରଣ କେନ୍ଦ୍ର ବ୍ରାହ୍ମଣୀଗାଁ ଗ୍ରାମ ପଂଚାୟତର ରାଜୀବ ଗାନ୍ଧୀ ସଭାଗୃହରେ ଖୋଲା ଯାଇଛି। ସରପଞ୍ଚ ମୋହଦୟା ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ଗତ ମଙ୍ଗଳ ବାର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହିକାର୍ଯ୍ୟ କ୍ରମ ଦୀର୍ଘ ୨ସପ୍ତାହ ଚାଲୁ ରହିବ ବୋଲି ସରପଞ୍ଚ ମୋହଦୟା ସୂଚନା ଦେଇଛନ୍ତି। ନୂତନ ଭାବେ ଆଧାର ପଞ୍ଜୀକରଣ ଓ ସଂଶୋଧନ ସୁରୁଖୁରୁରେ କରି ପାରୁଥିବାରୁ ଅଂଚଳ ବାସୀ ସରପଞ୍ଚ ଶ୍ରୀମତୀ ସଯୁକ୍ତା ମଲିକଙ୍କୁ ପ୍ରଶଂସା କରୁଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.