ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ମନ୍ଦିର, ଓ ରାଧାକୃଷ୍କଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପିତ ହୋଇଯାଇଛି। ପଣ୍ଡିତ ସଙ୍କର୍ଷଣ ପାଠୀ( ନନ୍ଦିକ)ଓ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ ଶାସନ)ପୌରୋହିତରେ ଶ୍ରୀରାମ ନଗରର ବିଶ୍ବନାଥ ସାହୁ ଙ୍କ ଦ୍ବାରା ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା । ଆସନ୍ତା ଜୁଲାଇ ମାସ ୨ ତାରିଖ ଠାରୁ ୬ ତାରିଖ ଛଅ ଦିନ ଧରି ପ୍ରତିଷ୍ଠା ଉତ୍ସବ ଚାଲିବ ବୋଲି ମନ୍ଦିର ପରିଚାଳନା କମିଟି ମୁଖ୍ୟ ଶିବରାମ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଜୁଲାଇ ୧ ତାରିଖରେ ଅଙ୍କୁରାରୋପଣ, ୨ ତାରିଖ ପୂର୍ବାହ୍ନରେ କଳସ ଯାତ୍ରା, ୩ ତାରିଖରେ ମଣ୍ଡଳ ପୂଜା ଓ ଯଜ୍ଞ ଆରମ୍ଭ, ୫ତାରିଖରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ସ୍ନାନ, ୬ ତାରିଖରେ ନଗର ପରିକ୍ରମା, ପ୍ରତିଷ୍ଠା ଉତ୍ସବ ଓ ପୂର୍ଣ୍ହହୁତି ହେବ ବୋଲି ବ୍ରାହ୍ମଣ ମହର୍ଷି ଵେଦବ୍ୟାସ ସ୍ଂସ୍କ୍ରୃତିକ ବିଦ୍ୟାପରିଷଦ ୱାଲଫର ଟ୍ରଷ୍ଟର ସାଧାରଣ ସମ୍ପାଦକ ଶିବପ୍ରସାଦ ପାଠୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗୀତା ମନ୍ଦିର ସମ୍ପାଦକପ୍ରଦିପପଟ୍ଟନାୟକ,ପ୍ୟାରୀମୋହନ ପାଢି,କିରଣ କୁମାର ପଟ୍ଟନାୟକ,ରଵି ପଟ୍ଟନାୟକ,ଵୁଢା ପଟ୍ଟନାୟକ,ସନ୍ତୋଷପାଣିଗ୍ରାହୀ,ପ୍ରଦ୍ବୁନ୍ମ ମହାପାତ୍ର,ରାଜେନ୍ଦ୍ର ପାଢି,ସୁବାସ ସାହୁ,ରାମକୃଷ୍ଟ ସାହୁ,ଓ ଗୀତା ମନ୍ଦିର ସଂଙ୍କିର୍ତନଦଳସହଆଙ୍କୋରଡା,ପଟ୍ଟନାୟକ କଲୋନି , ଶ୍ରୀରାମ ନଗର ସାହି ବାସିନ୍ଦା ଓ ଗୀତାମନ୍ଦିର ସାହି ବାସିନ୍ଦା ଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.