ଶ୍ରୀମନ୍ଦିର ନାଟ ମଣ୍ଡପ ଉପରେ ଚଢ଼ିବାକୁ ଯୁବକଙ୍କ ଉଦ୍ୟମ, ଥାନାରେ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ । ଜଣେ ଯୁବକ ନାଟ ମଣ୍ଡପ ଉପରକୁ ଚଢିବାକୁ ପ୍ରୟାସ କରୁଥିବାବେଳେ ଉଦ୍ଧାର ହୋଇଛନ୍ତି । ପ୍ରଥମେ ଜଗନ୍ନାଥ ମନ୍ଦିର ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିତିବାବେଳେ ସିଂହଦ୍ୱାର ଥାନାରେ ସେ ଅଟକ ରହିଛନ୍ତି ।

ମିଳିଥିବା ସୂଚନା ମୁତାବକ ଅଟକ ଥିବା ଯୁବକ ଜଣଙ୍କ ହେଉଛନ୍ତି ରାକେଶ ହାଜରା । ତାଙ୍କ ଘର ପଶ୍ଚିମବଙ୍ଗ ହଳଦିଆପଡା । ଯୁବକ ଜଣଙ୍କ ସୁଯୋଗ ନେଇ ନାଟ ମଣ୍ଡପ ଉପରକୁ ଚଢିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ JTPର ଜଣେ କର୍ମଚାରୀ ଦେଖିନେଇଥିଲେ । ଏବଂ ତତକ୍ଷଣାତ ତାଙ୍କୁ ଉଦ୍ଧାର କରି ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରିଥିଲେ । ସିଂହଦ୍ୱାର ପୋଲିସ ତାଙ୍କୁ ଥାନାରେ ଅଟକ ରଖିଛି ।

nis-ad
Leave A Reply

Your email address will not be published.