ଚିତ୍ରକୋଣ୍ଡାଠାରେ ଥାନା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଚିତ୍ରକୋଣ୍ଡା (୧୫/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ନୂଆ ଥାନା ଅଧିକାରୀ ଭାବରେ ଅନିଲ କୁମାର ପରିଡ଼ା ଯୋଗଦେବା ପରେ ଆଜି ଉତ୍କଳ ସାମ୍ବାଦିକ ସଂଘ, ଚିତ୍ରକୋଣ୍ଡା ଶାଖା ର ସଦସ୍ୟ ମାନେ ନୂଆ ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ଫୁଲ ତୋଡ଼ା ସହ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ l ଉକ୍ତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦ୍ଵିବେଦୀ ଉପସ୍ଥିତ ଥିଲେ l ଚିତ୍ରକୋଣ୍ଡା ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା l ପରେ ପୁଲିସ ଏବଂ ସାମ୍ବାଦିକଙ୍କ ମଧ୍ୟରେ ଉତ୍ତମ ବୁଝାବଣା ସୁ-ସମ୍ପର୍କ ରହିବା , ପୁଲିସ ପ୍ରଶାସନଙ୍କ ର ସମସ୍ତ କାର୍ଯ୍ୟକ୍ରମରେ କିଭଳି ସାମ୍ବାଦିକ ଭାଗ ନେବା ସହିତ ଖବର ପ୍ରଶାରଣ କରିବେ ସେ ସମ୍ପର୍କରେ ଆଲୋଚନା କରାଯିବା ସହିତ ଚିତ୍ରକୋଣ୍ଡା ସହର ତଥା କଲୋନୀରେ ରାତ୍ରି କାଳୀନ ପେଟ୍ରୋଲିଙ୍ଗ ଏବଂ ବାହାଦୁର ବ୍ୟବସ୍ଥାକୁ ଆଗେଇନେବା ଏବଂ ଜନସାଧାରଣ ଓ ପୁଲିସ ପ୍ରଶାସନ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ କରିବା ଏବଂ ସଦାସର୍ବଦା ଚିତ୍ରକୋଣ୍ଡା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଉପରେ ଆଲୋଚନା କରାଯିବା ସହିତ, ଚିତ୍ରକୋଣ୍ଡା ସହରରେ ଦଶ ଗୋଟି ସିସି କ୍ୟାମେରା ଲଗାଇବା ଉପରେ ଏକ ପ୍ରସ୍ତାବ ରଖାଯାଇ ଆଲୋଚନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ କ୍ଷୀରୋଦ ବେହେରା, ବିଦେଶୀ ଗୌଡ଼, ସତ୍ୟବାଦୀ ବେହେରା,ଦେବ ମାଈତି, ସୁକୁମାର ସରକାର, ଅଜୟ ଶିକଦାର, ବଳରାମ ଦାସ, ଦିଲୀପ ଆଚାରୀ, ଚିତ୍ରସେନ ନାୟକ, ଶିବ ପ୍ରସାଦ ଖରା ଓ ହରିବନ୍ଧୁ ଗତନ ଉପସ୍ଥିତ ଥିଲେ l ଥାନା ଅଧିକାରୀ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲ ଗଡ଼ରେ ଭଲ କାମ କରିଥିବାରୁ ଚିତ୍ରକୋଣ୍ଡାବାସୀ ତାଙ୍କ ସେବା ଉପରେ ଅଧିକ ଆଶା ବାନ୍ଧିଛନ୍ତି ।

nis-ad
Leave A Reply

Your email address will not be published.