ତାରାତାରିଣୀ ମନ୍ଦିର ପ୍ରତିଷ୍ଠାରେ ନିମନ୍ତ୍ରିତ ସାମ୍ବାଦିକମାନଙ୍କୁ ଗେଟରେ ଥିବା କନେଷ୍ଟବଳଙ୍କ ଦୁର୍ବ୍ୟବହାର

ଛତ୍ରପୁର(୧୫/୦୫) : ତାରାତାରିଣୀମନ୍ଦିର ଦୀର୍ଘ ୧୮ବର୍ଷ ପରେ ଜୀର୍ଣ୍ଣଧାର ମନ୍ଦିର ର ନୂତନ ନବ କଳେବର କରି ପ୍ରତିଷ୍ଠା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ, ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ର ପୁର ପିଡିସିନ୍ଧେ ଦତ୍ତା ତ୍ରୟ ବାହୁ ସାହେବ, ଅତିରିକ୍ତ ଜିଲ୍ଲପାଳ ପ୍ରିୟ ରଞ୍ଜନ ପୃଷ୍ଟି ଏସପି ବ୍ରିଜେଶ ରାୟ, ବ୍ରହ୍ମପୁର ମହାନଗର କମିଶନର, ପୁରୁଷୋତ୍ତମପୁର ବିଡ଼ିଓ ବିଜୟ ବେହେରା, ତହସିଲଦାର ନୀତିଶ କୁମାର ତ୍ରିପାଠୀ, ସେବାୟତମାନଙ୍କ ପ୍ରତେକ୍ଷ ସହଯୋଗ ରେ ଆଜି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଚାଲିଛି |

ଏହା ଗଂଜାମ ଜିଲ୍ଲା ବାସୀଙ୍କ ପାଇଁ ବଡ଼ ଗର୍ବ ଓ ଗୌରବ ଅଟେ | ସେଥିପାଇଁ ରାଜ୍ୟ ସ୍ତର ଠାରୁ ଜିଲ୍ଲା ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ମାଙ୍କ ପାଖକୁ ଆଡିବାକୁ ନିମନ୍ତ୍ରଣ ଦିଆ ସରିଛି, ତେବେ ସମସ୍ତ ଖବର ମାଙ୍କ ଠାରୁ ଆରମ୍ଭ କରି ବ୍ଲକ, ତହସିଲ, ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ମାନଙ୍କ ପ୍ରତେକ ଟି ଖବର କୁ ଅତି ନିଖୁଣ ଭାଷାରେ ବାହାର କରୁଥିବା ସାମ୍ବାଦିକ ମାନଙ୍କୁ ଏରିଆ ପ୍ରଶାସନ ବହୁତ ଦୂରରେ ଏମାନଙ୍କୁ ରଖି ନିମନ୍ତ୍ରଣ ଦେଇ ନଥିଲେ |ତେବେ ଏହି ଘଟଣା ରେ ସବୁ ସାମ୍ବାଦିକ ମାନେ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ତହସିଲଦାର କିଛି ସାମ୍ବାଦିକ ଙ୍କୁ ଡ଼ାକି ନିମନ୍ତ୍ରଣ ପତ୍ର ପଠାଇ ଥିଲେ |ତେବେ ସେହି ନିମନ୍ତ୍ରଣ ପତ୍ର କଣ ମାଙ୍କ ତଳେ ଯେଉଁ ମାଗଣା ଅନ୍ନ ପ୍ରସାଦ ବିତରଣ କରୁଛନ୍ତି ସେଠାର ଫୋଟ ଉଠାଇ ବାକୁ ନା ଭୁରିଭୋଜନ ଖାଇବା ପାଇଁ ନିମନ୍ତଣ ଦିଆ ଯାଇଥିଲା ତାହା ଆମକୁ ଜଣା ନାହିଁ, ଆମ ଜାଣିବାରେ ମନ୍ଦିର ପ୍ରତିଷ୍ଠା ର ଚିତ୍ର ଉତ୍ତୋଳନ କରି ବିଭିନ୍ନ ଖବର କାଗଜ, ଟିଭିରେ ପରିବେଷଣ କରିବା ନିମନ୍ତେ | କିନ୍ତୁ ଏତେବଡ ଉଚ୍ଚବରେ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ ଦେଇ ଅପମାନିତ କରିବା କେତେଦୂର ଯୁକ୍ତି ଯୁକ୍ତ | କିଛି ସାମ୍ବାଦିକ ଭାଇ ନିମନ୍ତ୍ରଣ ପାଇ ନିଉସ କଭରେଜ କରିବାକୁ ଯାଇଥିଲା ବେଳେ କନେଷ୍ଟବଲ ରାଜେନ୍ଦ୍ର ସ୍ବାଇଁ ଏହି ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ର ଭିଡିଓ ସାମ୍ବାଦିକ ମାନଙ୍କ ପାଖରେ ରହିଅଛି |

ମନରେ ପ୍ରଶ୍ନ ଆସୁଛି ସାମ୍ବାଦିକ ମାନେ କଣ ପାହାଡ଼ ଉପରକୁ କିଛି ଅନ୍ୟ ଉଦ୍ୟେଶ୍ୟ ନେଇ ଯାଉଛନ୍ତି କି, ନା ସେମାନେ କ୍ରିମିନାଲ, ନା ଚୋର, ଡକାୟତି କରୁଛନ୍ତି କି???? ଯଦି ଏପରି କିଛି କାର୍ଯ୍ୟରେ ଲିପ୍ତ ଅଛନ୍ତି ତେବେ ତାଙ୍କୁ ନ ଛାଡି ପାରନ୍ତି, ସେଥିରେ ଆମର କିଛି କହିବାର ନାହିଁ, କିନ୍ତୁ ସମାଜରେ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ଙ୍କୁ କେଉଁ ଭଳି ଭାବରେ ଜଣେ କନେଷ୍ଟ ବଲ ହଇରାଣ କରି ଖରାପ ଭାଷା ବ୍ୟବହାର କରିବା କେତେଦୂର ଠିକ ଅଟେ |ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରିଣୀଙ୍କ ନିମନ୍ତେଅନ୍ୟ ମାନଙ୍କ ଅପେକ୍ଷା ସାମ୍ବାଦିକ ମାନଙ୍କ ଭୂମିକା ଅତୁଳ ନିୟ |ତେବେ କେଉଁ କ୍ଷେତ୍ର ରେ ସେମାନଙ୍କୁ ଏପରି ଅମଣିଷ ଭଳି ବ୍ୟବହାର କରିବା ପ୍ରକୃତରେ ଠିକ ଅଟେ କି??? ଏହି ଘଟଣା ପ୍ରଚାରିତ ହେଲା ପରେ ଜଣେ ମହିଳା ଆଇ ଆଇସି ଘଟଣା ସ୍ଥଳରେ ପହଞ୍ଚି କନେଷ୍ଟ ବଲ କୁ ତାଗିଦ କରିବା ସହିତ ସାମ୍ବାଦିକ ମାନଙ୍କୁ ବୁଝା ସୁଝା କରିଥିଲେ | ଯେଉଁଠି ପୁଲିସିର ସମସ୍ତ ଉପର ଅଧିକାରୀ ମାନେ ସାମ୍ବାଦିକ ମାନଙ୍କୁ ସହ ଯୋଗ କରୁଥିଲେ ମଧ୍ୟ କେଉଁ ଆଇନ ବଳରେ କିମ୍ବା କାହାର ପ୍ରରୋଚନାରେ ସେମାନେ ସାମ୍ବାଦିକ ମାନଙ୍କୁ ମନା କରୁଛନ୍ତି | ସେମାନଙ୍କ ନାମ ସେହି କନେଷ୍ଟ ବଲ କହୁନାହାନ୍ତି କାହିଁକି | ଏହି ଘଟଣା ପ୍ରଚାରିତ ହେଲା ପରେ ସାମ୍ବାଦିକ ମହଲରେ ଏହି ଘଟଣା କୁ ଦୃଢ଼ ଭାବେ ନିନ୍ଦା କରିବା ସହିତ ଏହା ଉପରେଛତ୍ରପୁର ଏସପି ଏବଂ ଗଞ୍ଜାମ ଜିଲ୍ଳାପାଳ ଙ୍କ ଦୃଷ୍ଟି କୁ ଆଣିବେ ବୋଲି କହିଛନ୍ତି |ଏହିଘଟଣା ରେ ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ବିଜୟ କୁମାର ବେହେରା ଦୁଃଖ ପ୍ରକାଶ କରିବା ସହିତ ପୁରୁଷୋତ୍ତମପୁର ଆଇଆଇସି ଙ୍କ ନଜରକୁ ଆଣିବେ ବୋଲି କହିଛନ୍ତି |

nis-ad
Leave A Reply

Your email address will not be published.