କଂଗ୍ରେସ ଆପଣାଇବା ଜଣେ ବ୍ୟକ୍ତି- ଜଣେ ପଦବୀ ନୀତି

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କୁ ଆଉ ମିଳିବନି ଏକାଧିକ ପଦବୀ। କଂଗ୍ରେସ ଆପଣାଇବ ‘ୱାନ୍ ମ୍ୟାନ୍, ୱାନ ପୋଷ୍ଟ ନୀତି’। ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଏହି ପ୍ରସ୍ତାବ ଆସିଥିଲା। ବାରମ୍ବାର ନିର୍ବାଚନୀ ଝଟକା ଖାଇବା ପରେ ଚିନ୍ତନ ଶିବିରରେ ସଙ୍ଗଠନ ସଶକ୍ତିକରଣକୁ ନେଇ ବହୁ ଆଲୋଚନା-ପର୍ଯ୍ୟାଲୋଚନା ହୋଇଥିଲା। ସେହିପରି ଲୋକେ କାହିଁକି ଦଳକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ଦଳ କାହିଁକି ବାରମ୍ବାର ହାରୁଛି ସେନେଇ ମଧ୍ୟ ମନ୍ଥନ-ରୋମନ୍ଥନ ହୋଇଥିଲା। ତେବେ ଆଲୋଚନାରେ ୱାନ୍ ମ୍ୟାନ୍, ୱାନ ପୋଷ୍ଟ ନୀତି ଆପଣାଇବାକୁ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବକୁ କଂଗ୍ରେସର ସର୍ବୋଚ୍ଚ ନୀତିନିର୍ଦ୍ଧାରକ କଂଗ୍ରେସ କାର୍ଯ୍ୟକାରିଣି କମିଟି କାର୍ଯ୍ୟକାରୀ କରିବାକୁ ବିଚାର କରୁଛି।
ତେବେ ବୟସସୀମା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଛି। ଚିନ୍ତନ ଶିବିରରେ ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ଯଦି ଏକ ପରିବାର ନିର୍ବାଚନ ଲଢ଼ିବାକୁ ଚାହେଁ ସେହି ପରିବାର ୫ ବର୍ଷ ହେବ ଦଳୀୟ କାର୍ଯ୍ୟକ୍ରମ ସକ୍ରିୟ ଥିବା ଆବଶ୍ୟକ। ଯେମିତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଆକ୍ଟିଭ ଅଛନ୍ତି। ତେବେ କେତେକ ବିଦ୍ରୋହୀ ସ୍ୱର ଉଠାଇବା ସହ ଚୂଡ଼ାନ୍ତ ନିର୍ଣ୍ଣୟ କ୍ଷମତା ସଂସଦୀୟ ବୋର୍ଡ଼ ହାତରେ ନ୍ୟସ୍ତ ରହୁ ବୋଲି ଦାବି କରାଯାଇଛି।
ପୂର୍ବରୁ ନିର୍ବାଚନୀ ପ୍ରାର୍ଥୀ ସମ୍ପର୍କରେ ନିର୍ବାଚନୀ କମିଟି ପକ୍ଷରୁ ନିର୍ଣ୍ଣୟ ନିଆଯାଉ ଥିଲା। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପିଭି ନରସିଂହ ରାଓଙ୍କ ମୃତ୍ୟୁ ପରେ ଏହି ନିବାଚନୀ କମିଟି ନିସ୍କ୍ରିୟ ହୋଇପଡ଼ିଛି । ସେବେଠାରୁ ଏହାର ପୁନରୁତ୍ଥାନ ହୋଇ ନାହିଁ। ତେଣୁ କଂଗ୍ରେସ କାର୍ଯ୍ୟକାରୀ କମିଟି ପକ୍ଷରୁ ସଂସଦୀୟ ବୋର୍ଡ଼ ଗଠନ ହେବା। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ସହ ୯ ଜଣ ସଦସ୍ୟ ରହିବେ। ସେମାନଙ୍କ ମଧ୍ୟରୁ ଜଣେ ଏହି ସଂସଦୀୟ କମିଟିର ମୁଖ୍ୟ ରହିବେ। କଂଗ୍ରେସର ଅଧ୍ୟକ୍ଷ ଏବଂ କମିଟି ଅଧ୍ୟକ୍ଷଙ୍କ ପରାମର୍ଶରେ ସଂସଦୀୟ କାର୍ଯ୍ୟକଳାପ ହାତକୁ ନିଆଯିବ।

nis-ad
Leave A Reply

Your email address will not be published.