ରୋଗୀ ଶୋଷଣ ର ଅମରାବତୀ ବଡ଼ ମେଡ଼ିକାଲ..! : ଅସହାୟ ରୋଗୀ,ନିର୍ଦ୍ଦୟ ଡାକ୍ତର,ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା…

ରୋଗୀ ଶୋଷଣ ର ବିରାଟ ଶିଳ୍ପ ସାଜିଛି ବଡ଼ ବଡ଼ ମେଡ଼ିକାଲ। ଆଜି ରୋଗୀ ସେବା ରେ ଦଲାଲ୍ ରୂପ ଧାରଣ କରି ଛନ୍ତି ଦ୍ଵିତୀୟ ଈଶ୍ୱର..! ବିଭିନ୍ନ କ୍ଷେତ୍ରରେ ସହର ରେ ଥିବା ରାଜ ନେତା ଠାରୁ ଆରମ୍ଭ କରି ବୁଦ୍ଧି ଜୀବି ଯାଏ ବିଭିନ୍ନ ସମସ୍ୟା କୁ ନେଇ ଆନ୍ଦୋଳନ କରି ରାଜ ରାସ୍ତା କୁ ଓଲ୍ହାଇ ଥାନ୍ତି, କିନ୍ତୁ ଅତି ସ୍ପର୍ଶ କାତର ଯାହାକି ସ୍ୱାସ୍ଥ୍ୟ ବ୍ୟବସ୍ତା କୁ ନେଇ କେବେ ବି ସାମୁହିକ ଭାବରେ ସ୍ୱର ଉତ୍ତଳନ ହେବାର ଦେଖିବାକୁ ମିଳୁନି

ସ୍ବାସ୍ଥ୍ୟ ସେବାର ଦରବୃଦ୍ଧି ପ୍ରତିବାଦରେ କିଏ କେବେ ପ୍ରତିବାଦ କରିବା ଦେଖିଛ କି..? ସରକାରୀ ବ୍ୟବସ୍ଥା ହେଉ କି ବେସରକାରୀ ସ୍ବାସ୍ଥ୍ୟ ସେବାର ପରିସର ରେ ରୋଗୀ ସେବା ନାମ ରେ ଲୁଟି ଚାଲିଛନ୍ତି ବଡ଼ ବଡ଼ ଉଚ୍ଚ ଶିକ୍ଷିତ ଭଦ୍ର ଲୋକ। ରୋଗୀ ପରାମର୍ଶ ଫିସ୍ ଓ ରୋଗ ନିଦାନ ପରୀକ୍ଷା ସହ ବହୁ ମୂଲ୍ୟ ଔଷଧ ଜରିଆରେ ଦୈନିକ ରୋଗୀ ସେବା ନାମ ରେ ଲୁଟିବା ରେ ସିଦ୍ଧ ହସ୍ତ ଜ୍ଞାନୀ ଗୁଣୀ ବିଦ୍ୱାନ ମଣିଷ। ଏହି ମାନେ ସମାଜ ର ପୂଜ୍ୟ ଏହି ମାନେ ହେଉଛନ୍ତି ଜଣେ ଜଣେ ଉଚ୍ଚ ଶିକ୍ଷିତ ଜ୍ଞାନୀ ଗୁଣୀ ବିଦ୍ୱାନ। ଡାକ୍ତର, ଔଷଧ ପ୍ରତିନିଧି, ଓ ରୋଗ ନିଦାନ କେନ୍ଦ୍ର ଏହି ମାନ ଙ୍କ ହାତ ରେ ରୋଗୀ ସେବା ର ବ୍ୟବସ୍ଥା। ସଂପ୍ରତି ଓଡ଼ିଶାରେ ପ୍ରକୃତ ସ୍ୱାସ୍ଥ୍ୟ ବିଭାଗ ର ସେବା ଏକ ପ୍ରକାର ଉପହାସ କହିଲେ ଅତୁକ୍ତି ହେବ ନାହିଁ । ମେଡ଼ିକାଲ କଲେଜରେ ହେଉ କି ଘରୋଇ ଡାକ୍ତର ଏହି ମାନ ଙ୍କ ଉପରେ ସରକାର ଙ୍କ ଲଗାମ ନାହିଁ। ସରକାର ଙ୍କ ନୀତି ନିୟମ ସବୁ ଏମାନଙ୍କ ସହ ସାଲିସ କରିବା ସଦୃଶ୍ୟ ଦେଖିବାକୁ ମିଳୁଛି । ଗୋଟିଏ ମେଡିକାଲ୍ କଲେଜ ରେ କାମ କରୁଥିବା ଡାକ୍ତର ଔଷଧ ଦୋକାନ ରେ କିମ୍ବା ନର୍ସିଂ ହୋମ୍ ରେ ନିଜ ପଦ ଓ ଯୋଗ୍ୟତା ଅନୁଭୁତି ଲେଖି ସେହି ଠାରେ ରୋଗୀ ସେବା ଦିଏ କିପରି ? ସରକାରୀ ବ୍ୟବସ୍ଥା ର ଦୁର୍ବଳ ନୀତି ଓ ଦୃଷ୍ଟାନ୍ତ ସ୍ୱରୂପ କୌଣସି ଦଣ୍ଡ ଅଭାବ ରୁ ଆଜି ଡାକ୍ତର ଙ୍କ ଦୌରାତ୍ମ କୁ ଦିନ କୁ ଦିନ ବଢି ଚାଲିଛି। ରୋଗୀ ସେବା ଶୋଷଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କିଏ କାହିଁକି ସାହାସ କରି ପାରୁନି ଏହା ର ରହସ୍ୟ କଣ ରହିଛି। ଆଜି ଡାକ୍ତରଙ୍କ ଗହଣ ରେ ଗୋଟିଏ ପ୍ରଭାବ ଶୈଳୀ ଧାରା ରେ ପ୍ରଭାବ ଶାଳୀ ଗୋଷ୍ଠୀ ଅଛନ୍ତି। ଏହି ମାନେ ହିଁ ଦଲାଲ୍ ରୂପ ରେ ବଡ଼ ବଡ଼ ମେଡ଼ିକାଲ କଲେଜ ରୁ ବଡ ବଡ ପ୍ରାଇଭେଟ୍ ହସ୍ପିଟାଲ ଆଗରେ ପଇଁତରା ମାରି ଡାକ୍ତର ଙ୍କ ପାଇଁ କାମ କରୁଥିବା ଜଣା ପଡ଼ିଛି। ଡାକ୍ତର ଙ୍କ ବେଶ ରେ କଳଙ୍କ ଚିହ୍ନ ନ ଲାଗିବା ପାଇଁ ପ୍ରଚୁର ଅର୍ଥ ଉପାର୍ଜନ କରିବା ପାଇଁ ଦଲାଲ ମାନେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଅନେକ ପ୍ରକାର ଅଫର୍ ପାଇଥାନ୍ତି। ଏହି ଦଲାଲ ମାନେ ହିଁ ମେଡ଼ିସିନ୍ ରିପେଜେଣ୍ଟିଭ ଅର୍ଥାତ ଔଷଧ କମ୍ପାନୀ ର ପ୍ରତିନିଧି ଙ୍କ ସହିତ ଉତ୍ତମ ଭାବରେ ସମ୍ପର୍କ ଯୋଡ଼ି ଔଷଧ ଦୋକାନ ବେପାରୀ ଙ୍କ ବେପାର ଡାକ୍ତର ଙ୍କ ଦ୍ଵାରା କିପରି ହେବ ଏହି ବିଷୟ ଉପରେ ଆଲୋଚନା କରିବା ଦେଖା ଯାଏ। ବଡ଼ ବଡ଼ ମେଡ଼ିକାଲ ରେ ଡାକ୍ତର ଙ୍କ ପଛ ପଟେ ଏହି ମାନେ ଘୁରି ବୁଲନ୍ତି। ଡାକ୍ତର ମଧ୍ୟ ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଉପରେ ଅନେକ ସମୟ ରେ ଗୁରୁତ୍ବ ଦେଉଛନ୍ତି ଏବଂ ଏହି ଅନୁରୂପ ରୋଗୀ ସେବା ରେ ରୋଗ ଶୋଷଣ ନୀତି ରେ ରୋଗ ନିଦାନ କେନ୍ଦ୍ର ସହ ଏପରି ମଧୁ ଚନ୍ଦ୍ରିକା ରହିଛି।

ରୋଗୀ ସେବା ଶୋଷଣ ର ସଉଦା ରେ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ପାରାସାଇଟ ପରି ମାଡ଼ି ବସିଛନ୍ତି, ଏହି ଦଲାଲ୍ ରୂପୀ ବଡ଼ ବଡ଼ ଶିକ୍ଷିତ ବ୍ୟକ୍ତି। ପ୍ରଚୁର ଅର୍ଥ ଉପାର୍ଜନ କରିବା ପାଇଁ ରୋଗୀ ସେବା ଶୋଷଣ ର ଏକ ବିରାଟ ଶିଳ୍ପ ଓ ରୋଗୀ କୁ ଅତି ନିର୍ଦ୍ଦୟ ଭାବରେ ସରକାରୀ ଓ ବେସରକାରୀ ଡାକ୍ତର ମାନେ ରୋଗୀ ସେବା ନାମ ରେ ଲୁଟି ଚାଲିଛନ୍ତି। ଆଜି ଔଷଧ ଦୋକାନ ବଜାର ହେଉଛି ସବୁ ଠୁ ବଡ଼ ଲାଭବାନ ବଜାର। ରାତି ପାହିଲେ କୋଟି କୋଟି ଟଙ୍କାର ଔଷଧ ବ୍ୟବସାୟ ଚାଲିଚି। ଏହା ପଛ ପଟେ ଡାକ୍ତର ଙ୍କ ପ୍ରଚ୍ଛନ୍ନ ଭାବେ ହାତ ରହିଛି। ଏମାନଙ୍କ ବିରୋଧ ରେ ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସାହସ ନାହିଁ । ନିରୀହ ମଣିଷ ରୋଗୀ ସେବା ଶୋଷଣ ରେ ଶିକାର ହୁଏ କିନ୍ତି ନ୍ୟାୟ ପାଇବା ଆଶା ବୃଥା କାରଣ ଏହି ଆଧୁନିକ ଚିକିତ୍ସା ବ୍ୟବସ୍ଥା ରେ ରହିଥିବା ଲୁଟିବା ବେପାର ପାଇଁଁ ସରକାର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅ ସହାୟ। ଆଜି ବଡ଼ ବଡ଼ ମେଡ଼ିକାଲ କଲେଜରେ ଅନେକ ଧୃତରାଷ୍ଟ୍ର ଙ୍କ ପାଇଁ ସରକାରୀ ବ୍ୟବସ୍ଥା ହିଁ ସୁରକ୍ଷା ଦେଇ ଚାଲିଛି। କେନ୍ଦ୍ର ସରକାର ଙ୍କ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଜନା ପାଇଁ ଆୟୁଷ୍ମାନ ଯୋଜନା ହେଉ କି ରାଜ୍ୟ ସରକାର ଙ୍କ ନୀତି ନିୟମ ରେ ମାଗଣା ବିଜୁ ସ୍ବାସ୍ଥ୍ୟ ସେବା ଯୋଜନା ଏ ସବୁ ଆମ ଉଚ୍ଚ ଶିକ୍ଷିତ ଜ୍ଞାନୀ ଗୁଣୀ ବିଦ୍ୱାନ ସଭ୍ୟ ମଣିଷଙ୍କ ପାଇଁ ବିଫଳ ହେବ। ଆଜି ଆମ ସ୍ବାସ୍ଥ୍ୟ ସେବା ରେ ପ୍ରଚୁର ଅର୍ଥ ଉପାର୍ଜନ ମୋହ ରେ ଡାକ୍ତର ହିଁ ସ୍ଵୟଂ ଦଲାଲ ଭୂମିକା ଗ୍ରହଣ କରିବା ସମୟ ରେ ଏହି ଡାକ୍ତର ଙ୍କ ଜରିଆରେ ବଡ଼ ବଡ଼ ଔଷଧ କମ୍ପାନୀ ଯେଉଁ ପ୍ରକାର ଖେଳ ଖେଳି ରୋଗୀ ଧନ ଲୁଟିବା ସଉକ ବଢ଼ି ଚାଲିଛି ଏହି ବ୍ୟବସ୍ଥା ପଛରେ କେଉଁ ଅଦୃଶ୍ୟ ଶକ୍ତି ର ହାତ ଏବଂ ରୋଗୀ ସେବା ଶୋଷଣ ରେ ଡାକ୍ତର ଙ୍କ ଭୂମିକା ରହିଛି ଅଥଚ ଏମାନଙ୍କ ପାଇଁ ଆଜି କୌଣସି କଠୋର ଦଣ୍ଡ ବିଧାନ ଆଇନ କାହିଁକି ନାହିଁ ଏ ପ୍ରଶ୍ନ ଉତ୍ତର ବୋଧେ କେହି ବି ଦେବେ ଏହି ବିଶ୍ୱାସ ନାହିଁ। ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରି ବଡ଼ ବଡ଼ ଗାଡ଼ି ଚଢି ନିରୀହ ମଣିଷ ଓ ରୋଗୀ ଙ୍କୁ ଶୋଷଣ କରୁଥିବା ମଣିଷ ଙ୍କୁ କେବଳ ପ୍ରଭୁ ଙ୍କ ଦରବାର ଦଣ୍ଡ ବିଧାନ କରିବ। କାରଣ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଏହି ମାନଙ୍କ କିଛିବି କରିପାରିବ ନାହିଁ ଏମାନଙ୍କ ପାଇଁ ନା ଅଛି କିଛି ନୀତି ନା ନିୟମ ଏମାନେ ହେଉଛନ୍ତି ପରା ଏହି ସମାଜ ର ଦ୍ୱିତୀୟ ଈଶ୍ୱର….

nis-ad
Leave A Reply

Your email address will not be published.