ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ମୃତ…

ଫୁଲବାଣୀ:-ଘର କାମ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାଜ ମିସ୍ତ୍ରୀ ମୃତ ହୋଇଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଫୁଲବାଣୀ ସଦର ମହକୁମା କଣ୍ଟ୍ରାକ୍ଟର ପଡ଼l ଠାରେ କିଛିଦିନ ହେଲା ଗୋଟଏ ଘର କାମ ଚାଲିଥିଲା l ଖଜୁରୀପଡ଼ା ବ୍ଲକ ର ବେଡ଼lଙ୍ଗପାଜୁ ଗ୍ରାମର ଶ୍ରୀବତ୍ସ ବେହେରା ନାମକ ଜଣେ ରାଜାମିସ୍ତ୍ରୀ ସେହି ଘର ପ୍ଳାଷ୍ଟର କରିବା ପାଇଁ କାନ୍ତକୁ ଖୋଳୁଥିବା ବେଳେ ସେହି ଗୋଟଏ ବିଦ୍ୟୁତ ତାରର ସଂସ୍ପର୍ଶରେ ଆସିଥିଲା l ଯାହାଫଳରେ କାମ କରୁଥିବା ମିସ୍ତ୍ରୀ ବିଦ୍ୟୁତ୍ ଆଘାତ ପାଇ ତଳେ ପଡିଯାଇଥିଲେ l ଏହା ଦେଖି ସେଠାରେ କାମ କରୁଥିବା ଶ୍ରମିକମାନେ ରାଜ ମିସ୍ତ୍ରୀ ଶ୍ରୀବତ୍ସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲେ l କିନ୍ତୁ ଡାକ୍ତର୍ ତାଙ୍କୁ ମୃତ ଘୋଷଣା କରିଥିଲେ l ଶ୍ରୀବତ୍ସଙ୍କ ଉପରେ ତାଙ୍କ ପରିବାର ନିର୍ଭର କରୁଥିଲେ ତେଣୁ ତାଙ୍କ ପତ୍ନୀ ସୌଦାମିନୀ ବେହେରା କ୍ଷତି ପୂରଣ ଦାବୀରେ ଫୁଲବାଣୀ ଟାଉନ୍ ଥାନା ଏକ ଲିଖିତ ଅଭିଯୋଗ କରିଛନ୍ତି l

nis-ad
Leave A Reply

Your email address will not be published.