ମହାନଗର ନୂତନ କର୍ପୋରେସନ୍‌ର ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମ ବଜେଟ୍ ଉପସ୍ଥାପନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନୂତନ କର୍ପୋରେସନ୍‌ର ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମ ବଜେଟ୍ ଉପସ୍ଥାପନ ହୋଇଛି । ମହାନଗର ନିଗମର ସମ୍ମିଳନୀ କକ୍ଷରେ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଏହି ବଜେଟ୍‌କୁ ଉପସ୍ଥାପନ କରିଥିଲେ । ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଏକ କଲ୍ୟାଣ, ଅଭିବୃର୍ଦ୍ଧି ଏବଂ ବିକାଶ ଭିତିକ ବଜେଟ୍ ଉପସ୍ଥାପନ ହୋଇଛି । ମହାନଗର ନିଗମର ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ବଜେଟ୍ ତିଆରି ହୋଇଥିବା ମେୟର ଶ୍ରୀମତୀ ଦଳେଇ ସୂଚନା ଦେଇଛନ୍ତି ।

ଏହି ବଜେଟ୍ ରେ ସୁଲଭ ଗୃହ ନିର୍ମାଣ, ଗ୍ରୀନ୍ ଫିଲିଡ଼୍‌, ସାହି ସାହିରେ ଆଲୋକୀକରଣ, କ୍ରୀଡ଼ା କମ୍ପେ୍ଲକ୍ସ, ଭୂମିହୀନ, ଭିତିହୀନଙ୍କ ବିକାଶ ପାଇଁ ଆଶ୍ରୟ ସ୍ଥଳ, ଟ୍ରାଫିକ୍ ନିୟନ୍ତ୍ରଣ, ଏସଏଚଜି ଗ୍ରୁପ୍ ମାଧ୍ୟମରେ ମହିଳାଙ୍କୁ ସଶକ୍ତିକରଣ କରିବା ଉପରେ ବଜେଟ୍ ଉପସ୍ଥାପନ ହୋଇଥିଲା । ୨୦ କୋଟି ଟଙ୍କା ବ୍ୟୟରେ ଗିରିମାର୍କେଟ୍ କମ୍ପେ୍ଲକ୍ସର ଉନ୍ନତିକରଣ, ପଶୁ ଜନ୍ତୁଙ୍କ ଶେଷାକୃତ ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପ୍ରକଳ୍ପ ନିର୍ମାଣ, ୫ କୋଟି ଟଙ୍କା ବ୍ୟୟରେ ସମସ୍ତ ଜଳାଶ୍ରର ପୁର୍ନରୁଦ୍ଧାର, ୫ କୋଟି ଟଙ୍କା ବ୍ୟୟରେ ବାସହୀନ ଲୋକଙ୍କ ନିମନ୍ତେ ଆଶ୍ରୟ ସ୍ଥଳ ନିର୍ମାଣ, ୩୦ କୋଟି ଟଙ୍କା ବ୍ୟୟରେ ହରଡ଼ାଖଣ୍ଡି ଠାରେ ବାସଗୃହ ନିର୍ମାଣ, ୭ କୋଟି ଟଙ୍କା ବ୍ୟୟରେ ଗ୍ରୀନ୍ ଫିଲିଡ଼୍ ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ, ୧୨ କୋଟି ଟଙ୍କା ବ୍ୟୟରେ ମଲ୍ ନିର୍ମାଣ, ୩ ଗୋଟି ସ୍ଥାନରେ ଇଣ୍ଡୋର ବ୍ୟାଡ଼୍ ମିଟନ୍ କୋର୍ଟ ନିର୍ମାଣ, ଲାଞ୍ଜିପଲ୍ଲୀ ଏବଂ ଆମ୍ବପୁଆରେ ବୃନ୍ଦାବନ କଲ୍ୟାଣ ମଣ୍ଡପ ନିର୍ମାଣ, ୫୦ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପାର୍କରେ ସୋଲାର ଲାଇଟ୍ ବ୍ୟବସ୍ଥା, ୫୦ ଲକ୍ଷ ଟଙ୍କା ବ୍ୟୟରେ ଶ୍ରମିକ ମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳ, ୨ କୋଟି ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ଇ-ଟଏଲେଟ୍‌, ୧ କୋଟି ଟଙ୍କା ବ୍ୟୟରେ ସହରର ୩ ଟି ପ୍ରବେଶ ପଥ ନିର୍ମାଣ, ୪୮ ଲକ୍ଷ ଟଙ୍କା ବ୍ୟୟରେ ବେଡ଼ାବନ୍ଧର ପୁର୍ନରୁଦ୍ଧାର ଆଦି କାର୍ଯ୍ୟ ନିମନ୍ତେ ବଜେଟ୍ ଉପସ୍ଥାପନ ହୋଇଥିଲା । ଚଳିତ ବର୍ଷ ୪ ଶହ ୬୨ କୋଟି ୮୪ ଲକ୍ଷ ୫୭ ହଜାର ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ମେୟର ସଂଘମିତ୍ରା ଦଳେଇ । ଏଥି ସହ ଏହି ବୈଠକରେ ପରିମଳ, ରାସ୍ତାଘାଟର ଉନ୍ନତିକରଣ, ବର୍ଷା ଋତୁ ପୂର୍ବରୁ ସହରର ସମସ୍ତ ନାଳନର୍ଦ୍ଦମାକୁ ଏକକାଳୀନ ସଫେଇ କରିବା ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁ ମତ ଉପସ୍ଥାପନ କରିଥିଲେ । ଏଥି ସହ ହରିଶ୍ଚନ୍ଦ୍ର ଯୋଜନା, ମୁକ୍ତା ଯୋଜନା ମାଧ୍ୟମରେ ସହରର ସୌନ୍ଦର୍ଯ୍ୟକରଣ, ଆଗୁଳା ପୋଖରୀର ସଫେଇ ଆଦି ବିଷୟରେ ବିଷେଦ ଭାବରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଡ଼ିଏ ସଚିବ ସମ୍ବିତ୍ ରାଉତ, ଅତିରିକ୍ତ ଡ଼େପୁଟି କମିଶନର ଅଦୈତ୍ୟ ସ୍ୱାଇଁ, ପ୍ରମୁଖ ମଚାଂସୀନ ଥିଲେ । ବୈଠକରେ ସମସ୍ତ ୪୨ ଗୋଟି ୱାର୍ଡ଼ର କର୍ପୋରେଟର ଉପସ୍ଥିତ ଥିଲେ । ଶେଷରେ ଉମମେୟର ଇ. ବିବେକ ରେଡ଼ି ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.