ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ‘ପ୍ରୋଜେକ୍ଟ ସମାଧାନ’ର ଶୁଭାରମ୍ଭ

ଗ୍ରାହକ-କୈନ୍ଦ୍ରିକତା ଉପରେ ଗୁରୁତ୍ୱ ଦେଉଥିବା ଏକ ବିସ୍ତୃତ ପଦକ୍ଷେପ

ବ୍ରହ୍ମପୁର, ( ୧୩/୦୫) : ଦକ୍ଷିଣ ଓଡିଶାରେ ବିଦ୍ୟୁତ୍ ଶକ୍ତି ବିତରଣ ପାଇଁ ଟାଟା ପାୱାର ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଉପଭୋକ୍ତାଙ୍କ ନିକଟରେ ପହଂଚିବା ଏବଂ ସେମାନଙ୍କୁ ବିଦ୍ୟୁତ୍ ବିଲ୍ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଲକ୍ଷ୍ୟ ସହିତ ଗ୍ରାହକଙ୍କ ଲାଗି ଏକ ୱାନ୍ ଷ୍ଟପ୍ ସଲ୍ୟୁସନ ‘ପ୍ରୋଜେକ୍ଟ ସମାଧାନ’ର ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପ ଅଧିନରେ କମ୍ପାନୀ ପ୍ରତ୍ୟେକ ସବ୍‌-ଡିଭିଜନରେ ଗ୍ରାମାଂଚଳ ସ୍ତରୀୟ କ୍ୟାମ୍ପ ସ୍ଥାପନ କରିବା ଏବଂ ଗ୍ରାହକଙ୍କୁ ଏକାଧିକ ସେବା ପ୍ରଦାନ କରିବାକୁ ଯୋଜନା ରଖିଛି ।
ଏହି ପଦକ୍ଷେପକୁ ଗ୍ରାମାଂଚଳର ଲୋକଙ୍କ ନିକଟରେ ପହଂଚିବା ଏବଂ ସେମାନଙ୍କ ସ୍ଥାନରେ ସେମାନଙ୍କର ସମସ୍ୟାଗୁଡିକର ସମାଧାନ କରିବା ପାଇଁ ଏକ ଲକ୍ଷ୍ୟ ସହିତ ଲଂଚ୍ କରାଯାଇଛି । ଲୋକମାନଙ୍କୁ ନିଜର ବିଦ୍ୟୁତ୍ ବିଲ୍ ସମସ୍ୟାର ସମାଧାନ କରିବା ପାଇଁ ଏବେ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ । କମ୍ପାନୀ ଅଭିଯୋଗଗୁଡିକର ଶୀଘ୍ର ସମାଧାନ ପାଇଁ ନିଜର ଗ୍ରାହକ ପହଂଚକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଏହି କ୍ୟାମ୍ପଗୁଡିକୁ ପ୍ରତ୍ୟେକ ସବ୍‌-ଡିଭିଜନରେ ସ୍ଥାପନ କରାଯିବା ପାଇଁ ଯୋଜନା ରହିଛି, ଯାହାକି ସ୍ପଟ୍ ରିଡିଂ-ଆଧାରିତ ବିଲ୍ ଓ ନକଲି ବିଲ୍ ବାହାର କରିବା, ବକେୟା ଅର୍ଥକୁ ସେହି ସ୍ଥାନରୁ ସଂଗ୍ରହ କରିବା, ମିଟର ଲାଗି ନଥିବା ସଂଯୋଗଗୁଡିକର ନିୟମିତକରଣ, ନୂଆ ସଂଯୋଗ ପାଇବା ପାଇଁ ମାର୍ଗଦର୍ଶନ ଓ ଯୋଗାଯୋଗ ବିବରଣୀ ଅପ୍‌ଡେଟ୍ କରିବା ଭଳି ଏକାଧିକ ସେବା ସୁନିଶ୍ଚିତ କରିବ ।
ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି, “ ଆମେ ଦକ୍ଷିଣ ଓଡିଶାରେ ଏକ ବର୍ଦ୍ଧିତ ବିତରଣ ନେଟ୍‌ୱର୍କ ନିର୍ମାଣ କରିବାକୁ ଇଚ୍ଛା ରଖିଛୁ । ଏଭଳି ପଦକ୍ଷେପଗୁଡିକର କାର୍ଯ୍ୟକାରିତାର ଆମର ଗ୍ରାହକ-କୈନ୍ଦ୍ରିକତା ଲକ୍ଷ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିବ । ଏକ ପ୍ରଗତିଶୀଳ ବିତରଣ କମ୍ପାନୀ ଭାବେ ଆମେ ବିଦ୍ୟୁତ୍ ଶକ୍ତି ବିତରଣକୁ ଏକ ସ୍ମାର୍ଟ ଉପାୟରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଠାରେ ଗ୍ରାହକମାନେ ଦକ୍ଷତାର ସହ ବିଦ୍ୟୁତ୍ ଶକ୍ତି ବ୍ୟବହାର କରିବା ପାଇଁ ସହଯୋଗ କରିବେ ।”

nis-ad
Leave A Reply

Your email address will not be published.