ସମ୍ବର୍ଦ୍ଧିତ ହେଲେ ପଞ୍ଚଠାକୁରାଣୀଙ୍କ ଘଟ ସେବିକା ଓ ମା କାଳୀ ସେବକ

ଫୁଲବାଣୀ : ଆଜି ମା ନାରାୟଣୀଙ୍କ ଯାତ୍ରାର ୧୦ମ ଦିବସ । ଗୁରୁବାର ଯୋଗୁଁ ବିଶ୍ରାମ ଦିବସ,ପଞ୍ଚ ଠାକୁରାଣୀଙ୍କୁ ପଦ୍ମାଳୟା ବେଶରେ ମଣ୍ଡପରେ ସୁଶୋଭିତ କରାଯାଇଥିଲା। ଏହି ଅବସରରେ ସନ୍ଧ୍ୟାରେ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ ମା ନାରାୟଣୀ ଆଳତୀ ବାହିନୀଙ୍କ ଜରିଆରେ ସମାପ୍ତ ପରେ ପରେ ଯାତ୍ରା କଲ୍ୟାଣ ମଣ୍ଡପରେ ଏକ ନାରାୟଣୀ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସପି ବିପିନ ବିହାରୀ ବେହେରା ଯୋଗଦେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିବା ପାଇଁ ଉପସ୍ଥିତ ହଜାର ହଜାର ଜନତାଙ୍କୁ ପରାମର୍ଶ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ୟବସାୟୀ ପ୍ରଶାନ୍ତ କୁମାର ସେନାପତି, ଫ୍ୟାନସି ବଜାରର କମିଟିର କର୍ମକର୍ତ୍ତା କିଶୋର କୁମାର ଚୌଧୁରୀ ଓ ତ୍ରିଲୋଚନା ଦାସ ଏବଂ ସୁପର ବଜାରର କର୍ମକର୍ତ୍ତା ଦିଲିପ ପୃଷ୍ଟି ଓ ଅଜୟାନନ୍ଦ ସେଠୀ ଏବଂ ଡ଼େଲି ବଜାରର କର୍ମକର୍ତ୍ତା ସୁବାଷ ଚନ୍ଦ୍ର ମାଲୁ ଓ ବାବୁଲା ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଯାତ୍ରା କମିଟି ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଆଜିର ଅତିଥିମାନଙ୍କ ମଧ୍ୟରେ ଥିଲେ ଯାତ୍ରା ପଞ୍ଚଦେବୀ ପଞ୍ଚ ଠାକୁରାଣୀଙ୍କର ସମସ୍ତ ଘଟ ସେବିକା ଏବଂ ମା କାଳୀ ଦେବୀଙ୍କର ଘଟ ସେବକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସଞ୍ଜୟ ସାହୁ ଓ ଦେଶ ବେହେରା ଓ ପ୍ରଚାର ଦାୟିତ୍ୱରେ ଥିବା ଜିତେନ୍ଦ୍ର କୁମାର ସାହୁ। ଏହି ସମସ୍ତ ଅତିଥିଭାବେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ମଧ୍ୟ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା। କାର୍ଯ୍ୟକ୍ରମରେ ଯାତ୍ରା ପରିଚାଳନା କମଟିର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ସଂଯୋଜନା କରିଥିବା ବେଳେ ଉପସଭାପତି ସୁଜିତ୍‍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ପ୍ରବଳ ଗହଳିଯୋଗୁଁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

nis-ad
Leave A Reply

Your email address will not be published.