ରେଗିଡିସାହି ଚାରିଛକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ (୧୩/୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ସ୍କୁଲ ଚାରିଛକରେ ଵୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗତ ୫ ଦିନ ଧରି ଜାରି ରହିଥିବା ଏହି ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ଶ୍ରୀ ସଙ୍କର୍ଷଣ ପାଠୀ (ନନ୍ଦିକ) ଓ ପଣ୍ଡିତ ଶ୍ରୀ ଦିପ୍ତିରଞ୍ଜନ ମହାପାତ୍ର ଙ୍କ ପୌରୋହିତରେ (ହନୁମାନ ମନ୍ଦିର ପ୍ରତିଷ୍ଠା ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିବସ ୯ ତାରିଖରେ ଶ୍ରଦ୍ଧାଳୁ ଗାଁ ମହିଳାଙ୍କ ଦ୍ବାରା କଳସ ଯାତ୍ରା, ଅଙ୍କୁରାରୋପଣ ଓ ଦୀକ୍ଷା ଗ୍ରହଣ ହୋଇଥିଲା। ଦ୍ବିତୀୟ ଦିବସ ୧୦ତାରିଖରେ ଵନଯାଗ, ରତ୍ନମୁଦ,ମଣ୍ଡଳକରଣ ଓ ନାମଯଜ୍ଞ ତୃତୀୟ ଦିବସ ୧୧ ତାରିଖରେ କର୍ମାରମ୍ଭ, ଶାଲାସଂସ୍କାର,ଅଗ୍ନିସ୍ଥାପନ,ଧାନ୍ୟାଧିବାସ ଚତୁର୍ଥ ଦିବସ ୧୨ ତାରିଖରେ ଦେବତାଧିବାସ, ମହାସ୍ନାନ,ରାତ୍ରଜିଵନ୍ୟାସ ଓ ଶେଷ ଦିନ ୧୩ ତାରିଖରେ ନଗର ପରିକ୍ରମା, ସୀଂହାସନ ଆରୋହଣ,ଧ୍ଵଜଭ୍ରମଣ ପାଶ୍ରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ପୂର୍ଣାହୁତି ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ମନ୍ଦିର କମିଟି ମୁଖ୍ୟ ଶିକ୍ଷକ ସିମାଚଂଳ ମହାରଣା , ନିଲୁ ନାୟକ, ତ୍ରିପତି ପାତ୍ର, ସୂର୍ଯ୍ୟନାରାୟଣ ନାୟକ,ସୁବାସ ଗୌଡ, ଲକ୍ଷ୍ମଣ ପଣ୍ଡା, ସତ୍ୟନାରାୟଣ ପଣ୍ଡା, ଙ୍କ ସହ ସମସ୍ତ ଯୁବ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଛନ୍ତି।

nis-ad
Leave A Reply

Your email address will not be published.