ହିଞ୍ଜିଳିକାଟୁ ପୌରପରିଷଦର ପ୍ରଥମ ସାଧାରଣ ବୈଠକ – ପାନୀୟ ଜଳ, ସହରର ବିକାଶ ସହ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ବ

ହିଞ୍ଜିଳିକାଟୁ (୧୩।୫) : ହିଞ୍ଜିଳିକାଟୁ ପୌରପରିଷଦ ସଭାଗୁହରେ ହିଞ୍ଜିଳିକାଟୁ ପୌରପରିଷଦ ନବନିର୍ବାଚିତ ଅଧ୍ୟକ୍ଷ ସୁଵାସ ପଲେଈ ଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ପୌରପରିଷଦ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ସଭା ପରିବାଳନା କରିଥିବା ବେଳେ ମହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ,ଯନ୍ତ୍ରୀ ଦ୍ଦିଲିପ କୁମାର ମିଶ୍ର ଓ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ସହଯୋଗ କରିଥିଲେ । ଶୁକ୍ରବାର ପୌରପରିଷଦର ପ୍ରଥମ ବୈଠକ ହୋଇଥିବାରୁ ସମସ୍ତ ନବନିର୍ବାଚିତ ଜନପ୍ରତିନିଧି ଓ ପୌରପାଳିକାର ସମସ୍ତେ କର୍ମଚାରୀ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ । ପରେ କାଉନସୀଲର ମାନଙ୍କ ୱାର୍ଡର ପାନୀୟ ଜଳ ସମସ୍ୟା ଓ କୋକଙ୍କ ମୌଳିକ ସମସ୍ୟା ସହ ଵିକାଶ ଉପରେ ଆଲୋଚନା କରାଯାଇଥିଲା। କେଉଁ ଯୋଜନାରେ କେଉଁ’ କାମ ଚାଲିଛି ସେ ସମ୍ପର୍କରେ ପୌରନିର୍ଵାହି ଅଧିକାରୀ ଡଃ ସାହୁ ସମସ୍ତଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ମାନ ସମ୍ପର୍କରେ ନିର୍ବାହୀ ଅଧିକାରୀ ବୁଝାଇଥିଲେ ।ପ୍ରଥମ ଵୈଠକରେ ଅଧ୍ୟକ୍ଷ ସମସ୍ତ କାଉନସୀଲରଙ୍କୁ ମିଳିମିଶି ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୟ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ସହର ଗଢିବାରେ ସହାୟକ ହେବାପାଇଁ ଆହ୍ୱାନ ଦେଇଥିଲେ। ଅଧ୍ୟକ୍ଷ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ବିଭିନ୍ନ ପରାମର୍ଶମାନ ଦେବାସହ ସମସ୍ତେ ଏକତ୍ରିତ ହୋଇ ସହରର ବିକାଶ ଲାଗି ଗୁରୁତ୍ବ ଦେବାକୁ କହିଥିଲେ। ଓ ପରେ ଚଳିତ ବର୍ଷ ବଜେଟ ଅଧିବେଶନ ଆରମ୍ଭ ହୋଇ ଶେଷ ହୋଇଥିବା ପୌରପାଳିକା ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ସୁଚନା ପ୍ରଦାନ କରିଥିଲେ। ଏହି ଅବସରରେ ବୈଠଳରେହିଞ୍ଜିଳିକାଟୁପୌରପରିଷଦ ର ୨୧ ଗୋଟି ୱାର୍ଡ଼ ରୁ ୨୦ ଜଣ ସଭ୍ୟ ଓ ସଭ୍ୟା ଙ୍କ ସହ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାସୁଚିତ୍ରାପଣ୍ଡାଙ୍କସମେତ ପୌରପାଳିକାର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.