ବାଇକ ଦୁର୍ଘଟଣାରେ ସାଂସଦ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ଦେହାନ୍ତ

ଦାରିଙ୍ଗବାଡ଼ି, ୧୩/୦୫ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କାମ୍ବାଏଜୁ ଛକରେ ମୋଟର ସାଇକେଲ ଦୁର୍ଘଟଣାରେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ମୃତ୍ୟୁ ଘଟିଛି l ସୂଚନା ପ୍ରକାରେ ଗତକାଲି ରାତିରେ କ୍ଷେତ୍ରୀବଳ ନାୟକ ନିଜ ଘର ପାଙ୍ଗାଲି ଗ୍ରାମକୁ ନିଜର ମୋଟରସାଇକେଲ ଯୋଗେ ଫେରୁଥିବା ସମୟରେ ପ୍ଲିହେରି ଗ୍ରାମ ନିକଟ କାମ୍ବାଏଜୁ ଛକରେ ଏକ ଛେଳିକୁ ଧକ୍କା ଦେଇ ଦୁର୍ଘଟଣା ହୋଇଥିଲା । ଫଳରେ କ୍ଷେତ୍ରୀବଳ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନା ନିଆଯାଇଥିଲା ଏବଂ ଚିକିତ୍ସା ଚାଲିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟ ଘଟିଥିବା ସୂଚନା ମିଳିଛି l ସାଂସଦ ପ୍ରତିନିଧି ଙ୍କ ବିୟୋଗରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବ୍ଲକ ଉପସଭାପତି ଦେବଚନ୍ଦ୍ର ମଲିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l କ୍ଷେତ୍ରୀବଳଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.