କାଳବୈଶାଖୀରେ ଭାଙ୍ଗିଗଲା ଘର, ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଦାବୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ,ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ପୁରୁଣା ସାଇ ଗାଁର ଅଙ୍ଗଦ ସାହୁ ବହୁତ ଦୁଃଖ କଷ୍ଟରେ ରହୁଛନ୍ତି ଝାଟିମାଟି କୁଡ଼ିଆରେ ଘରେ ।  ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ଲୋକଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି ।  କିନ୍ତୁ ସର୍ଭେ କରୁଥିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆବାସ ଯୋଜନା ତାଲିକାରେ ଯୋଗ୍ୟ ଗରିବ ହିତାଧିକାରୀ ନାମ ନାହିଁ । ଫଳରେ ଗରିବ ପରିବାର ଦିନ ମଜୁରିଆ ପରିଶ୍ରମ କରି ଛୋଟ ଝାଟିମାଟି ଘର ତିଆରି କରି ନିଜ ପରିବାର ହସ ଖୁସିରେ ଚଳି ଆସୁଥିବାବେଳେ । ଝଡ଼ କାଳବୈଶାଖୀ ବର୍ଷା ପବନରେ ଟିଣ ଛୋପର ଉଡ଼ି ଯିବାରୁ ଭାଗ୍ୟକୁ ଆଦରି ଚାହିଁ ବସିଛନ୍ତି ସରକାରଙ୍କ ପକ୍ଷରୁ ରହିବା ଘର ଖଣ୍ଡିଏ । ଦୁଃଖ ପରିତାପର ବିଷୟ ବାରମ୍ବାର  ରହିବାକୁ ଘର ଖଣ୍ଡିଏ ପାଇଁ  ଦାବି କରିଥିଲେ ମଧ୍ୟ କେହି ଶୁଣନ୍ତି ନାହିଁ ବୋଲି କହିଛନ୍ତି ଅଙ୍ଗଦ ସାହୁ । ଭଲ ଘର ଖଣ୍ଡିଏ ତିଆରି କରିବା ପାଇଁ ଇଚ୍ଛା ରହିଥିଲେ ମଧ୍ୟ ହାତରେ ଅର୍ଥ ଅଭାବରୁ ଚାହିଁ ରହିଛି ସହାୟତା । ବୟସ ୬୪ ବର୍ଷ ହୋଇଥିଲେ ମଧ୍ୟ ନାଁ ମିଳିଛି ବାର୍ଦ୍ଧକ୍ୟ ଭତ୍ତା ।ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଆଜି ସୁଦ୍ଧା ମିଳିପାରୁନି ସରକାରଙ୍କ ତରଫରୁ ଭତ୍ତା । ତେଣୁ ପ୍ରଶାସନ ଏଥିପ୍ରତି ସଠିକ୍ ଦୃଷ୍ଟି ଦେଇ ଘର ଖଣ୍ଡିଏ ଦେବା ପାଇଁ ଅଙ୍ଗଦ ସାହୁ ସମେତ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.