ରାଜ୍ୟ ସରକାରଙ୍କ ଅହଙ୍କାର ଓ ଏଏସଆଇର ଅବହେଳାରେ କ୍ଷତିଗ୍ରସ୍ତ ହେଉଛି ଶ୍ରୀମନ୍ଦିର : ବିଜୟ ମହାପାତ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ହାଇକୋର୍ଟରେ ଏଏସଆଇ ରିପୋର୍ଟ ଦେବା ପରେ ରାଜ୍ୟ ସରକାର ଓ ଏଏସଆଇକୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ରାଜ୍ୟ ସରକାର ବେଆଇନ୍ ଭାବେ କାମ କରିବା ଯେତିକି ଭୁଲ୍, ଏଏସଆଇ ଏହାର ତଦାରଖ ନକରିବା ମଧ୍ୟ ସେତିକି ଭୁଲ୍ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ବିଜୟ ଏଏସଆଇର ରିପୋର୍ଟକୁ ଉଦବେଗଜନକ କହିବା ସହ ଏଏସଆଇ କାହିଁକି ବେଇଆନ୍ କାର୍ଯ୍ୟର ପ୍ରତିରୋଧ କଲାନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ ହାଇକୋର୍ଟରେ ପ୍ରଥମେ ଚୁପ୍ ରହିବା ପରେ ଏଏସଆଇ କାହିଁକି ଅତିରିକ୍ତ ୧୫ ଦିନ ସମୟ ମାଗିଲା । ଏଏସଆଇ ଦାୟିତ୍ୱରେ ଅବହେଳା କରିଛି । ଏଏସଆଇ କାହିଁକି ପ୍ରକଳ୍ପ ନିର୍ମାଣ ଉପରେ ରୋକ ଲଗାଇବାକୁ ହାଇକୋର୍ଟରେ ଆବେଦନ କଲା ନାହିଁ । ଯଦି ବେଆଇନ କାମ ହେଉଥିଲା ତେବେ କାହିଁକି ଏଫଆଇଆର କଲା ନାହିଁ ଏଏସଆଇ । କାହା ଚାପରେ ରହିଛି ଏଏସଆଇ ।

ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରି ବିଜୟ କହିଛନ୍ତି, ରାଜ୍ୟ ସରକାର ବାରମ୍ବାର ପ୍ରକଳ୍ପ ଡିଜାଇନ ପରିବର୍ତିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅହଙ୍କାର ଓ ଏଏସଆଇର ଅବହେଳାକୁ ନେଇ ଲଢ଼େଇ ଚାଲିଛି, କିନ୍ତୁ ଏହାରି ଭିତରେ ଶ୍ରୀମନ୍ଦିରର କ୍ଷତି ହୋଇ ଚାଲିଛି । ତେଣୁ ମନ୍ଦିର କେମିତି ସୁରକ୍ଷିତ ରହିବ, ତାହାର ବାଟ ବାହାରିବା ଦରକାର ବୋଲି କହିଛନ୍ତି ବିଜୟ ମହାପାତ୍ର ।

nis-ad
Leave A Reply

Your email address will not be published.