କଟକ ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର

କଟକ: କଟକ ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର। ସୋମବାର ଦିନ କଟକ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। କଟକ ଭଳି ପୁରୁଣା ଏବଂ ସଂସ୍କୃତି ସମ୍ପର୍ଣ୍ଣ ତଥା ଭାଇଚାରାର ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ୍ ଏବଂ ଅପରାଧ ମୁକାବିଲା ଉପରେ ଗୁରୁତ୍ଵ ଦେବେ ବୋଲି ଦାୟିତ୍ଵ ଗ୍ରହଣ କରିବା ଅବସରରେ ପିନାକ ମିଶ୍ର କହିଛନ୍ତି।

ଥାନାକୁ ଆସୁଥିବା ସାଧାରଣ ଲୋକଙ୍କୁ ଭଲ ବ୍ୟବହାର କରିଯିବା ସହ ସେମାନଙ୍କ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ଵ ଦିଆଯିବ ବୋଲି ସେ କହିଛନ୍ତି। କଟକରେ ଚାଲିଥିବା ନିଶା କାରବାରକୁ ରୋକିବା ଉପରେ ପଦକ୍ଷେପ ନିଆଯିବ। ସହରରେ ଅପରାଧ ନିଅନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯିବ ବୋଲି ନୂଆ ଡିସିପି କହିଛନ୍ତି।

ଗତ ମେ’ ୪ ତାରିଖରେ ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଆଇପିଏସ୍ ପ୍ରତୀକ ସିଂ। ପ୍ରତୀକ ସିଂ କଟକ ଡିସିପି ଦାୟିତ୍ଵରେ ଥିଲେ।

ଗତ ଏପ୍ରିଲ ୨୯ ତାରିଖରେ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଥିଲା। କଟକ-ଭୁବନେଶ୍ୱର ଡିସିପି ବଦଳିବା ସହ ଅନ୍ୟ ବିଭାଗରେ ମଧ୍ୟ ଅଦଳ ବଦଳ ହୋଇଥିଲା। କଟକ ଡିସିପି ଭାବେ ନିଯୁକ୍ତ ପ୍ରତୀକ ସିଂଙ୍କୁ ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ କରାଯାଇଥିଲା। ଏହା ସହ କଟକ ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

nis-ad
Leave A Reply

Your email address will not be published.