ରାଜଧାନୀ ଉପକଣ୍ଠ ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଚୋରୀ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣାରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ତଦନ୍ତ କରିଛି । ମନ୍ଦିର ଗ୍ରୀଲ୍‌, ଭଙ୍ଗା ଯାଇଥିବା ତାଲା ଆଦିରୁ ଫିଙ୍ଗର ପ୍ରିଣ୍ଟି ସଂଗ୍ରହ କରିଛି ଟିମ୍ ।

ଚୋରୀ ଘଟଣାକୁ ନେଇ ଗ୍ରାମବାସୀ ତଥା ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତ ୬ ମାସ ମଧ୍ୟରେ ବାଲିଅନ୍ତା ଥାନା ଅଂଚଳରେ ଥିବା ୫ରୁ ଉର୍ଦ୍ଧ୍ୱ ମନ୍ଦିରରୁ ମୂର୍ତ୍ତି ଚୋରୀ ହେଲାଣି ।

ଚୋରମାନେ ବିଳମ୍ବିତ ରାତ୍ରିରେ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରୀ କରି ନେଉଛନ୍ତି । ୬ ମାସ ମଧ୍ୟରେ ଭିଙ୍ଗାରପୁର ଗୋପିନାଥ ମନ୍ଦିରରୁ ୧୫ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି, ବାଳକାଟି ପ୍ରତାପଶାସନ ବାଲୁଙ୍କେଶ୍ଵର ମନ୍ଦିରରୁ ୨ଟି ମୂର୍ତ୍ତି, ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ଵର ମନ୍ଦିରରୁ ୩ଟି ମୂର୍ତ୍ତି, ଜୟଦେବ ନୃସିଂହନାଥ ମନ୍ଦିରରୁ ୨ଟି ମୂର୍ତ୍ତି ଚୋରୀ କରି ନେଇଛନ୍ତି ଚୋର । ଏହି ଚୋରୀରେ ଏକ ବଡ ମୂର୍ତ୍ତି ଚୋର ଗ୍ୟାଙ୍ଗର ସଂପୃକ୍ତି ରହିଥିବା ଅନୁମାନ କରାଯାଉଛି । ତେବେ ଏ ପର୍ଯ୍ୟନ୍ତ ଚୋରଙ୍କ ସମ୍ପର୍କରେ ଟିକେ ବି ଟେର୍ ପାଇନି ପୋଲିସ ।

nis-ad
Leave A Reply

Your email address will not be published.