ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅସାନୀ ପାଇଁ ପ୍ରସ୍ତୁତି :ଯେକୌଣସି ପ୍ରକାର କ୍ଷତିକୁ ରୋକିବା ଲାଗି ସରକାରୀ ଏଜେନ୍ସିଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛି…

ଭୁବନେଶ୍ୱର / ବ୍ରହ୍ମପୁର: ବଙ୍ଗୋପ ସଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା “ଅସାନୀ’କୁ ଦୃଷ୍ଟିରେ ରଖି ସ୍ଥିତିର ମୁକାବିଲା କରିବା ଲାଗି ଟିପିଏସ୍‌ଓଡିଏଲ୍‌ର ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) ପ୍ରସ୍ତୁତ ରହିଛି ।

ବିସିଡିଏମ୍‌ପିର ସାମିଲ ରହିଛି ତୀବ୍ରତା ଆଧାରରେ ବିପର୍ଯ୍ୟୟର ବର୍ଗୀକରଣ ସହିତ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା। ଆଲର୍ଟ ଗ୍ରହଣ କରିବା, ସେଗୁଡ଼ିକୁ ତଦାରଖ କରିବା, ପ୍ରାକ୍ ବିପର୍ଯ୍ୟୟ ଆଲର୍ଟ ପଠାଇବା ଲାଗି ଏକ ବିପର୍ଯ୍ୟୟ ପରିଚାଳନା ଢ଼ାଂଚା ଓ ବିସିଡିଏମ୍‌ପିକୁ କାର୍ଯ୍ୟକାରୀ କରିବା ଏବଂ ପ୍ରତ୍ୟାହାର କରିବା ଲାଗି ଏକ ବ୍ୟବସ୍ଥିତ ବ୍ୟବସ୍ଥା ରହିଛି । ଏହି ଯୋଜନାର ପ୍ରତିକ୍ରିୟା ଯାଂଚ କରିବା ଲାଗି ଏକ ମକ୍‌ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ଯେକୌଣସି ପ୍ରକାର ଆପାତକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ଟିପିଏସ୍‌ଓଡିଏଲ୍ ସର୍ବଦା ପ୍ରସ୍ତୁତ ମୁଦ୍ରାରେ ରହିଥାଏ ଏବଂ ବିଦ୍ୟୁତ ଯୋଗାଣକୁ ନେଇ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ସମୟର ଆହ୍ୱାନକୁ ଭଲ ଭାବେ ବୁଝିପାରି ଟିପିଏସ୍‌ଓଡିଏଲ୍ ପକ୍ଷରୁ ସମସ୍ତ ଜରୂରୀକାଳୀନ ସେବା ପାଇଁ ୨୪ ଘଂଟା ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଟିପିଏସ୍‌ଓଡିଏଲ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଲାଇସେନ୍ସପ୍ରାପ୍ତ ଅଂଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍‌ର୍ଗୀକୃତ ଦ୍ରୁତ ପ୍ରଶମନ ଟିମ୍ ମୂତୟନ କରାଯାଇଛି । ଯେ କୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଯେକେହି ଆମର ୨୪ ଘଂଟିଆ କଲ୍ ସେଂଟରର ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୬୭୯୭ରେ କଲ୍ କରିପାରିବେ ।

ସୁରକ୍ଷା ବ୍ୟବସ୍ଥା ଭାବେ, ଏହି କାର୍ଯ୍ୟଗୁଡ଼ିକୁ ନକରିବାକୁ ପ୍ରଭାବିତ ଅଂଚଳର ପ୍ରତିଟି ଲୋକଙ୍କୁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି:

ଘଡ଼ଘଡ଼ି ମାରିବା ସମୟରେ କୌଣସି ତାର କିମ୍ବା ଭିତର ପାଇପ୍‌କୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ ତାର / ଧାତବ ପାଇପରେ ବିଦ୍ୟୁତ ପ୍ରଭାବିତ ହୋଇପାରେ ।

nis-ad
Leave A Reply

Your email address will not be published.