ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ :୭୫ କିଲୋ ଗଞ୍ଜେଇ ସହ ଜଣେ ଗିରଫ…


ଫୁଲବାଣୀ:-କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବଣୀ ନିକଟସ୍ଥ ରାଣୀ ପଥର ଗ୍ରାମ ନିକଟରେ ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହୋଇଥିବା ବେଳେ ଫୁଲବାଣୀ ଅବକାରୀ ବିଭାଗ ଜବତ କରିବା ସହ ଆମ୍ବୁଲାନ୍ସ ସହ ଜଣେ ଧରl ପଡିଥିବା ବେଳେ ଆଉଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛିl ଯାହା ସୁଚନା ରହିଛି ଗତ ସନ୍ଧ୍ୟା ସମୟରେ ପ୍ରୟାସ ନମକ ଏକ ସଂସ୍ଥାର ଆମ୍ବୁଲାନ୍ସରେ ୭୫ କିଲୋ ଗଞ୍ଜେଇ ଅନୁଗୁଳ ଚୋରା ଚାଲାଣ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ରାଣୀପଥର ନିକଟରେ ଆମ୍ବୁଲାନ୍ସକୁ ରୋକି ସର୍ଚ୍ଚ କରିଥଲେ ସେଥିରୁ ୭୫ କିଲୋ ଗଞ୍ଜଇ ବାହାରିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲl କିନ୍ତୁ ଆମ୍ବୁଲାନ୍ସ ରେ ଥିବା ଆଓ ଜଣେ ଗଞ୍ଜେଇ ମାଫିଆଙ୍କୁ ଅବକାରୀ ଭିବାଗ ଗିରଫ କରିବା ସହ ଆମ୍ବୁଲାନ୍ସକୁ ଜବତ କରିଛି l ଧରା ପଡ଼ିଥିବା ବ୍ୟକ୍ତି ଜଣଙ୍କ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାର ପ୍ରହଲାଦ ବେହେରା ଜଣାପଡିଥିବା ବେଳେ ଅନ୍ୟ ଜଣକ ଆମ୍ବୁଲାନ୍ସ ଡ୍ରାଇଭର ଚିକୁ ବେହେରା ବୋଲି ଜଣା ପଡିଛି ।ଏ ନେଇ ଅବକାରୀ ବିଭାଗ ତଦନ୍ତ ଚାଲୁ ରଖିଥିବା ସୂଚନା ମିଲିଛି।

nis-ad
Leave A Reply

Your email address will not be published.