ସ୍କର୍ପିଓ ଧକ୍କାରେ ଅଟୋ ଚାଳକ ସମେତ ଦୁଇ ବାଳିକା ଆହତ…

ରାଉରକେଲା ; ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦(କ)ର ଵେଲକୁଦର ଛକ ନିକଟରେ ଏଇ ଅଳ୍ପ ସମୟ ପୂର୍ବରୁ ଏକ ସ୍କର୍ପିଓ ଓଡି୧୪-୫୮୯୭ ଦ୍ରୁତ ଗତିରେ ଆସି ସାମ୍ନାରେ ଯାଉଥିବା ଏକ ଅଟୋକୁ ଧକ୍କା ଦେବାରୁ ଅଟୋ ଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ରୁଜି ଯାଇଥିବା ବେଳେ, ଅଟୋ ଚାଳକ ସମେତ ଅଟୋରେ ବସିଥିବା ଦୁଇ ଜଣ ବାଳିକା ଆହତ ହୋଇଛନ୍ତି । ଗ୍ରାମବାସୀଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଵଣାଇ ସରକାରୀ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଖବରପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟ ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.