୨୦ବର୍ଷ ପରେ ଫେରିଲା ହଜିଲାପୁଅ : ପୁଅକୁ ଦେଖି ବାପା ଆଖିରୁ ଖୁସିର ଲୁହ…

ମାଲକାନଗିରି : ଏଭଳି ଏକ ଦୁଃଖ ଓ ଖୁସି ମିଶ୍ରିତ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପାଲକୁଣ୍ଡା ଗ୍ରାମରେ l ଗ୍ରାମରେ ବାସ କରୁଥିବା ସମାରୁ ମାଡକାମୀଙ୍କ ପୁଅ ପାଣ୍ଡୁ ମାଡକାମୀ ଦୀର୍ଘ ୨୦ ବର୍ଷ ଧରି ନିଖୋଜ ଥିଲାବେଳେ କିଛିଦିନ ହେବ ନିଜ ଘରକୁ ଫେରିଛି l
ଘଟଣାରୁ ପ୍ରକାଶ ସମାରୁ ମାଡକାମୀଙ୍କ ପୁଅ ପାଣ୍ଡୁ ମାଡକାମୀ ସପ୍ତମ ଶ୍ରେଣୀ ପାଠ ପଢିବା ସମୟରେ ପଡ଼ୋଶୀ ଗାଁମର କିଛି ଯୁବକଙ୍କ ସହ ପଇସା ରୋଜଗାର ଆଶାରେ ପରିବାରକୁ ନ ଜଣାଇ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲା l ଯିବା ସମୟରେ ନିଜ ବିବାହିତ ସ୍ତ୍ରୀ ସହ ୨ କୁନି କୁନି ପୁଅ ଓ ଝିଅ କୁ ଛାଡ଼ି ଚାଲିଯାଇଥିଲେ l ଦୀଘ ଦିନ ଧରି ନିଜ ଗାଁ ଓ ପଡୋଶି ଗ୍ରାମରେ ଖୋଜା ଖୋଜି କଲା ପରେ କିଛି ଖବର ନ ମିଳିବାରୁ ବାଧ୍ୟ ହୋଇ ନିକଟସ୍ଥ ଥାନାରେ ନିଖୋଜ ଖବର ଦେଇଥିଲେ l ତେବେ ସମାରୁ ନିଜର ଗୋଟିଏ ମାତ୍ର ପୁଅକୁ ଖୋଜି ଖୋଜି ପାଗଳ ପ୍ରାୟ ହୋଇଯଇଥିବା ବେଳେ ନିଜ ବୋହୁ ଓ ଦୁଇ ନାତି ନାତୁଣୀଙ୍କ ଭବିଷ୍ୟତ କୁ ନେଇ ଆଶା ଓ ଆଶଙ୍କା ମଧ୍ୟରେ ଦିନ କାଟୁଥିଲା l ପରିବାରର ସମସ୍ତେ ପାଣ୍ଡୁର ନିଖୋଜ ପରେ ଭାଙ୍ଗି ପଡିବା ସହ ପ୍ରତିଦିନ କାନ୍ଦି କାନ୍ଦି ସମୟ ଗଡାଉ ଥିଲେ l କିଛି ଦିନ ପରେ ନିଜ ସ୍ୱାମୀର ଆସିବା ବାଟକୁ ଚାହିଁ ଚାହିଁ ଶେଷରେ ଜୀବନ ହାରିଥିଲେ ପାଣ୍ଡୁର ସ୍ତ୍ରୀ l ପାଣ୍ଡୁ ମଧ୍ୟ ଧୀର୍ଘ ଦିନ ଧରି ବାହାରେ କାମ କରିବା ସହ ପ୍ରଥମେ ଆନ୍ଧ୍ର ପରେ ଗୁଜରାଟରେ କାମକରି ସହରର ଚାକ ଚଟକା ଭିତରେ ନିଜ ପରିବାରକୁ ଭୁଲି ଯଇଥିଲା l କାମ କରିବା ସମୟରେ ଅନେକ ଦଲାଲଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଥିବା ମଧ୍ୟ ପାଣ୍ଡୁ ପ୍ରକାଶ କରିଛି , ବେଳେ ଠିକ ଭାବରେ ପଇସା ମଧ୍ୟ ମିଳୁନଥିଲା l ବିଗତ ଲକଡାଉନ ସମୟରେ ଗୁଜୁରାଟରୁ ହାଇଦ୍ରାବାଦ କାମ ପାଇଁ ଆସୁଥିବା ସମୟରେ ଜୈନେକ ମାଲିକ ପାଣ୍ଡୁ କୁ ନିଜ ପାଖରେ ରଖି କାମ ଦେବା ସହ ପାରିଶ୍ରମିକ ପ୍ରଦାନ କରିଥିଲେ l ନିଜ ଅଞ୍ଚଳର ଲୋକଙ୍କୁ ଦେଖି ପାଣ୍ଡୁକୁ ନିଜ ବାପା ଓ ପିଲା ଙ୍କ କଥା ମାନେ ପଡିବାରୁ ସେ ଗାଁ ଅଭିମୁଖେ ବାହାରିଥିଲା l
କିଛିଦିନ ତଳେ ଗାଁରେ ପହଁଚିବା ପରେ ଗାଁର ଲୋକଙ୍କୁ ଚିହ୍ନିବା ସହ ନିଜ ପରିବାରକୁ ଭେଟିବା ସମୟରେ ପିତାଙ୍କ ମୁହଁରୁ ନିଜ ସ୍ତ୍ରୀର ମୃତକଥା ଶୁଣି କାନ୍ଦିବା ସହ ନିଜ ପିଲାମାନଙ୍କୁ ଖୋଜିଥିଲେ । ପରେ ଦୁଇ ସନ୍ତାନ କୁ ଦେଖି ଖୁସିରେ କୁଣ୍ଡେଇ ବା ସହ ବିଗତ ଦିନରେ ଘଟିଥିବା ଘଟଣା ବିଷୟରେ ପାରିବାର ରେ ଆଲୋଚନା କରିଥିଲେ । ହଜିଲା ପୁଅକୁ ଫେରି ପାଇବା ପରେ ବାପର ଖୁସି କହିଲେ ନସରେ ସେ ଭଗବାନ ଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ।

nis-ad
Leave A Reply

Your email address will not be published.