ମୂଲଚାଲ କରିବାରୁ ରାଗିଯାଇ ଗ୍ରାହକଙ୍କ ବେକ କାଟିଦେଲେ ଫଳ ଦୋକାନୀ

ଯାଜପୁର: ଫଳ କିଣିବା ବେଳେ ଗ୍ରାହକ ମୂଳଚାଲ କରିବାରୁ ଏହାକୁ ନେଇ ଫଳ ଦୋକାନୀ ଉତ୍ତ୍ୟକ୍ତ ହୋଇଯାଇଥିଲେ। ୨ ଜଣ ଗ୍ରାହକଙ୍କ ବେକ କାଟି ଦେଇଛନ୍ତି। ଯାଜପୁର ସଦର ଥାନା ଅନ୍ତର୍ଗତ ଖଣ୍ଡରାଛକ ନିକଟରେ ଏଭଳି ଘଟଣା ଘଟିଛି।

ଯାଜପୁର ସଦର ଥାନା ଅନ୍ତର୍ଗତ ଖଣ୍ଡରାଛକ ନିକଟରେ ଥିବା ଏକ ଫଳ ଦୋକାନକୁ ୨ ଜଣ ଗ୍ରାହକ ଫଳ କିଣିବାକୁ ଆସିଥିଲେ। ଗ୍ରାହକମାନେ ଫଳ ଦରକୁ ନେଇ ଫଳ ଦୋକାନୀ ସହିତ ମୂଳଚାଲ କରିଥିଲେ। ଏହାକୁ ନେଇ ଫଳ ଦୋକାନୀ ରାଗି ଯାଇଥିଲା। ରାଗରେ ୨ ଗ୍ରାହକଙ୍କ ବେକକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ୨ ଗ୍ରାହକଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

nis-ad
Leave A Reply

Your email address will not be published.