ଲ୍ୟାଣ୍ଡଫଲ୍‌ କରିବନି ବାତ୍ୟା : IMD ଡିଜି

ବାତ୍ୟା ଲ୍ୟାଣ୍ଡଫଲ୍ କରିବନି । ମାଡ଼ି ଆସୁଥିବା ବାତ୍ୟା ଲ୍ୟାଣ୍ଡଫଲ୍ କରିବନି ବୋଲି କହିଲେ IMD ଡିଜି । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ୧୦ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭବନା ରହିଛି । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବନି ।

ଓଡ଼ିଶା ହେଉ କି ଆନ୍ଧ୍ର, ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ୍ କରିବନି । ଲ୍ୟାଣ୍ଡଫଲ୍ ନକରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ । ସମାନ୍ତରାଳ ଭାବେ ସମୁଦ୍ରରେ ଓଡ଼ିଶା ଊପକୂଳ ଦେଇ ଯିବ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି । ୧୦ ସଂଧ୍ୟା ପରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ଗଂଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ବର୍ଷା ହେବ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କହିଛନ୍ତି ଆଇଏମଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସେହିପରି ବାତ୍ୟାକୁ ନେଇ ସମାନ କଥା କହିଛନ୍ତି IMD ବୈଜ୍ଞାନିକ ଆର୍.କେ ଜେନାମଣି । ଆଜି ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । କାଲି ଅବପାତଟି ବାତ୍ୟାରେ ପରିଣତ ହେବା ସମ୍ଭାବନା । ଏହା ୧୦ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ସମୁଦ୍ରରେ ଗତିପଥ ବଦଳାଇବ । ଗତିପଥ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ଗତିପଥ ବଦଳାଇବାର ଥିବାରୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ନାହିଁ । ଗତିପଥ ବଦଳାଇବା ପରେ ଓଡ଼ିଶା ଉପକୂଳରୁ ଦୂରକୁ ଚାଲିଯିବ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.