ବାତ୍ୟା ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର: ବାତ୍ୟା ପ୍ରଭାବରେ ୧୦ରୁ ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

୯ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିମି ଓ ୧୦ତାରିଖରେ ୭୦ରୁ ୮୦ କିମି ବେଗରେ ପବନ ବୋହିବ। ୯ ତାରିଖରେ ସମୟେ ସମୟେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୮୫ କିମି ଛୁଇଁବ । ୧୦ ତାରିଖରେ ସମୟେ ସମୟେ ପବନର ବେଗ ବଢି ୯୦କିମି ଛୁଇଁବ ବୋଲି ଆଶଙ୍କା କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯଇଛି।

nis-ad
Leave A Reply

Your email address will not be published.