ପ୍ରଫେସର ଗୀତାଞ୍ଜଳି ଦାଶ ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି

ଭୁବନେଶ୍ବର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଗୀତାଞ୍ଜଳି ଦାଶ। ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ୪ ବର୍ଷ ପାଇଁ ସେ ଏହି କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଗୀତାଞ୍ଜଳି ଦାଶଙ୍କର ୩୬ ବର୍ଷରୁ ଊର୍ଦ୍ଧ୍ବ ସମୟର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏଥିସହ ୧୨ ବର୍ଷ ଧରି ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ସେ ୫ଟି ପୁସ୍ତକ ରଚନା କରିଛନ୍ତି ଏବଂ ସଫଳତାର ସହ ୪ ଜଣ ପିଏଚଡି ଏବଂ ୩୫ ଜଣ ଏମଫିଲ୍ ସ୍କଲାରଙ୍କୁ ମାର୍ଗଦର୍ଶନ କରିଛନ୍ତି।

nis-ad
Leave A Reply

Your email address will not be published.