ବ୍ରହ୍ମପୁର ପୋଲିସ ଅଧିକ୍ଷକ ଡ. ସାର୍ବଣା ବିବେକ ଙ୍କ ଦାୟିତ୍ୱ ଗ୍ରହଣ…

ବ୍ରହ୍ମପୁର : ବିଦାୟୀ ବ୍ରହ୍ମପୁର ପୋଲିସ ଅଧିକ୍ଷକ ପିନାକ ମିଶ୍ର ଆଜି ନୂତନ ଏସ୍ ପି ସର୍ବଣା ବିବେକ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପିନାକ ମିଶ୍ର କଟକ ଡିସିପି ଭାବେ ବଦଳି ହେବା ପରେ ଜଣେ ଯୁବ ସୁଲଭ ବହୁମୁଖୀ ପ୍ରତିଭା ଡ ସର୍ବଣା ବିବେକ ଙ୍କୁ ପୋଲିସ ଅଧିକ୍ଷକ ଭାବେ ପାଇବା ପରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି। ଆଜି ଔପଚାରିକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିବା ଅବସରରେ ବ୍ରହ୍ମପୁର ଗଣମାଧ୍ୟମ ଙ୍କ ସହିତ କଥାବାର୍ତ୍ତା ସମୟରେ ସହର ର ଆଇନଶୃଙ୍ଖଳା ଏବଂ ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା କୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ପାଇଁ ସେ ପ୍ରତିବଦ୍ଧତା ସହିତ କାମ କରିବେ ବୋଲି ସୂଚନା ଦେଇଛନ୍ତି। ସାଧାରଣ ଲୋକ ଙ୍କ ସମସ୍ୟା କୁ ଗୁରୁତ୍ବ ଦେଇ ଯେ କୌଣସି ଆହ୍ବାନ କୁ ସମ୍ମୁଖୀନ ହେବା ପାଇଁ ସଂପୂର୍ଣ୍ଣ ବିଭାଗ କାର୍ୟ୍ଯ କରିବା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସୂଚନା ଥାଉକି ଡ. ସାର୍ବଣା ବିବେକ 2015 ମସିହା ରେ ପ୍ରଥମେ କର୍ମ ମୟ ଜୀବନ ବ୍ରହ୍ମପୁର ରେ ଆରମ୍ଭ କରି ଥିଲେ.ପରେ ଏସ ଡ଼ି ପି ଓ ମାଲକାନଗିରି ରେ ତିନି ଚାରି ମାସ ପରେ ରାୟଗଡା ଏସ ପି ଭାବେ 11ଏପ୍ରିଲ 2019 ରେ ଯୋଗ ଦେଇ ଏକ ବର୍ଷ ଦଶ ମାସ ପରେ ପୁଣି ସେହି ଠାରୁ କଳାହାଣ୍ଡି ଜିଲ୍ଲା ରେ ଏସ ପି ଭାବେ କାର୍ଯ୍ୟ କରି ଅନେକ କ୍ଷେତ୍ରରେ ପ୍ରଶଂସନୀୟ ହୋଇ ଥିଲେ, ଆଜି ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଏସ ପି ଭାବେ ଦାୟିତ୍ୱ ଗ୍ରହଣ କରି ଛନ୍ତି l ମାହାମାରୀ ସମୟରେ ସେ ବିଭିନ୍ନ ଜିଲ୍ଲାରେ କୃତିତ୍ୱ ସହ କାର୍ଯ୍ୟ ଦକ୍ଷତା ର ପ୍ରମାଣ ଦେଇ ଛନ୍ତି l ବର୍ତ୍ତମାନ ବ୍ରହ୍ମପୁର ସହର ରେ ସବୁଠାରୁ ବଡ଼ ଆହ୍ବାନ ବାରମ୍ବାର ଟ୍ରାଫିକ ସମସ୍ୟା।ଏଣୁ ସହରବାସୀଙ୍କୁ ଏ ସମସ୍ୟା ରୁ ମୁକୁଳାଇ ସେ କିପରି ସମାଧାନ ର ରାସ୍ତା କାଢିବେ ଏହାକୁ ନେଇ ସମସ୍ତେ ଆଶାବାଦୀ।
ସୂଚନା ଯୋଗ୍ୟ ଯେ ଡ. ସାର୍ବଣା ବିବେକ ଦାୟିତ୍ୱ ସଂପନ୍ନ ପୋଲିସ ଅଧିକାରୀ ଭାବେ ଜଣାଶୁଣା। ଦକ୍ଷିଣ ଓଡ଼ିଶା ର ମାଲକାନଗିରି ରାୟଗଡ଼ା ଭବାନିପାଟଣା ବର୍ତ୍ତମାନ ବ୍ରହ୍ମପୁର ପୋଲିସ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ ନିଶ୍ଚିତ ଭାବେ ଉତ୍ସାହିତ କରିବା ସହିତ ଅନେକ ସମସ୍ୟା ର ସମାଧାନ ହେବ ବୋଲି ଆଶା କରାଯାଏ। ମାଲକାନଗିରି ଜିଲ୍ଲାରେ ଏସ ଡି ପି ଓ ଭାବେ କାର୍ଯ୍ୟ କରିବା ଅବଧି ରେ ସଂସ୍କାର ପୂର୍ଣ୍ଣ କାମ କରି ମାଓବାଦୀମାନଙ୍କ ଆତ୍ମସମପର୍ଣ ପାଇଁ ତାଙ୍କର ପ୍ରୟାସ ଥିଲା ପ୍ରଶଂସନୀୟ। ମାଓବାଦୀ ଙ୍କ ମଧ୍ଯ ରୁ ଅନେକ ଙ୍କ ପାଇଁ ସେ ଅଭିଭାବକ ପରି କାର୍ଯ୍ୟ କରି ସେମାନଙ୍କ ବିବାହ ପାଇଁ ଏକ ସକାରାତ୍ମକ ପଦକ୍ଷେପ ନେବା ଥିଲା ତାଙ୍କର କ୍ୟାରିୟର ର ବଡ଼ ଉପଲବ୍ଧି। ଜଣେ ଯୁବ ସୁଲଭ ବହୁମୁଖୀ ପ୍ରତିଭା ଭାବେ ସେ ପରିଚିତ। ଜଣେ ଭଲ କ୍ରୀଡା ପ୍ରେମୀ ମଧ୍ଯ ଡ ସାର୍ବଣା ବିବେକ। ତାଙ୍କର ଫେସନ ଅନ୍ଦାଜ ପ୍ରମାଣ ଦିଏ ସେ ଜଣେ ପୋଷାକ ପ୍ରେମୀ ମଧ୍ଯ। ରାୟଗଡ଼ା, କଳାହାଣ୍ଡି ଏସ ପି ଦାୟିତ୍ୱ ଗ୍ରହଣ କରି ଅନେକ ସୁନାମ ଅର୍ଜନ କରିବା ପରେ ବର୍ତ୍ତମାନ ଗଂଜାମ ଜିଲ୍ଲା ର ବ୍ରହ୍ମପୁର ପରି ଏକ ସ୍ପର୍ଶକାତର ସହର ରେ ତାଙ୍କର କାର୍ଯକାଳ କିପରି ଭାବେ ଗ୍ରହଣୀୟ ହେବ ତାହା ସମୟ କହିବ। ଆଜି ବ୍ରହ୍ମପୁର ପୋଲିସ ଅଧିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଡ ସାର୍ବଣା ବିବେକ ଙ୍କୁ ସହରର ବିଭିନ୍ନ ଅନୁଷ୍ଠାନ ବ୍ଯକ୍ତି ବିଶେଷ ଅଭିନନ୍ଦନ ଜଣାଇବା ସହିତ ସାକ୍ଷାତ କରି ଆଲୋଚନା କରିଛନ୍ତି। ପୋଲିସ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସହର ର ଟ୍ରାଫିକ ପୋଲିସ ଅଧିକାରୀ ଙ୍କ ସମେତ ଆଇନଶୃଙ୍ଖଳା ରେ ପ୍ରଶଂସନୀୟ କାର୍ଯ୍ୟ କରି ଥିବା ଅଧିକାରୀ ମାନଙ୍କ ସହିତ ସାକ୍ଷାତ କରି ଅଭିବାଦନ ଜଣାଇଛନ୍ତି l ଜିଲ୍ଲା ରେ ଥିବା ସମସ୍ତ ପୋଲିସ ଅଫିସର ମାନଙ୍କ ସହିତ ସାକ୍ଷାତ ରେ ଚୁମ୍ବକ ରେ ଆଇନ ଶୃଙ୍ଖଳା, ଟ୍ରାଫିକ ସମସ୍ୟା, ସାଇବର ଠକେଇ ପ୍ରତି ଅଧିକ ଗୁରୁତ୍ୱ ଦେବା ସହିତ ସାଧାରଣ ଲୋକଙ୍କ ବିଶ୍ୱାସ ଉପଯୋଗୀ ହେବାକୁ ପରାମର୍ଶ ଦେଇଥିଲେ

nis-ad
Leave A Reply

Your email address will not be published.