ପାପଡ଼ାହାଣ୍ଡି BDO ଓ ତାରା ବାହିନୀପତିଙ୍କ ମଧ୍ୟରେ ଯୁକ୍ତିତର୍କ

ନବରଙ୍ଗପୁର: ବିଧାୟକ -ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କ । ସାଧାରଣ ସ୍ଥାନରେ ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ । ଦୁର୍ନିତୀଗ୍ରସ୍ତ ଅଫିସର ବୋଲି କହି ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଡିଓ ନିଜକୁ ମହିଳା ଓ ଦଳିତ ବୋଲି କହି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି । ଫଳରେ ତାରା ଓ ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ରାସ୍ତା ଉପରେ ଦୀର୍ଘ ସମୟ ଧରି ଯୁକ୍ତି ତର୍କ ହୋଇଥିଲା ।

ସୂଚନା ମୁତାବକ ୧୬ ଦଫା ଦାବି ନେଇ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗତକାଲି ଠାରୁ ଧାରଣା ଦିଆଯାଇଥିଲା । ଧାରଣା ସ୍ଥଳରେ ଜୟପୁର ବିଧାୟକ ତାରା ବାହିନୀପତି ପହଞ୍ଚିଥିଲେ । ନିଜ ମନ୍ତବ୍ୟ ରଖିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାମରେ ବିଡିଓ ରଞ୍ଜିତା ମଲ୍ଲିକ ଦୁର୍ନୀତି କରୁଥିବା ଅଭିଯୋଗ କରିଥିଲେ । ଏହି ସମୟରେ ବିଡିଓ ରଞ୍ଜିତା ମଲ୍ଲିକଙ୍କୁ ଅଫିସ ଫାଟକ ଆଗରେ ଅଟକାଇଥିଲେ ବାହିନୀପତି । ବିଡିଓ ଦୁର୍ନୀତି ଗ୍ରସ୍ତ ଓ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ସେ ଖୋଲାଖୋଲି କହିଥିଲେ ।

ସେପଟେ ଧାରଣା ସ୍ଥଳରେ ବିଡିଓ ଓ ବିଧାୟକ ବାହିନୀପତିଙ୍କ ମଧ୍ୟରେ କଥାକଟା କଟି ହୋଇଥିଲା । ଯୁକ୍ତିତର୍କ ମଧ୍ୟ ହୋଇଥିଲା । ପରେ ବିଡିଓ ପାଲଟା ତାରା ବାହିନୀପତିଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିଥିଲେ । ନିଜ ବିରୁଦ୍ଧରେ ଆସିଥିବା ଦୁର୍ନୀତି ଅଭିଯୋଗର ପ୍ରମାଣ ମାଗିଥିଲେ ବିଡିଓ । ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବିଡିଓଙ୍କୁ ପୋଲିସ ଆସି କାର୍ଯ୍ୟାଳୟ ଭିତରକୁ ନେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ସଭାସ୍ଥଳରେ ବିଡିଓ ପହଁଚି ବିଧାୟକଙ୍କୁ କ୍ଷମା ପ୍ରାର୍ଥନା ମାଗିଥିଲେ । ବିଡିଓ କହିଥିଲେ, ଆପଣଙ୍କ କଥା ମୋତେ ଆଘାତ ଦେଇଛି, କିନ୍ତୁ ଯଦି ମୋ କଥା ଆପଣଙ୍କୁ ଆଘାତ ଦେଇଥାଏ ତେବେ ମୁଁ କ୍ଷମାପ୍ରାର୍ଥୀ ।

nis-ad
Leave A Reply

Your email address will not be published.