ବାତ୍ୟା “ଆସୀନ” ନେଇ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି,୫/୫ : ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବାତ୍ୟା ସମୟରେ କେଉଁ ବିଭାଗ କିଭଳି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବେ ସେସମ୍ପର୍କରେ ବ୍ଲକ ସଭା ଗୃହରେ ଆଲୋଚନା କରାଯାଇଛି । ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ତହସିଲଦାର ଚାରଲସ ନାୟକ, ବିଇଓ ରସାନନ୍ଦ କର , ସିଡିପିଓ ଅଞ୍ଜଳି ମହାପାତ୍ର ସହିତ ବ୍ଳକର ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ଏଥିରେ ଗର୍ଭବତୀ, ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା ଓ ଶିଶୁ ମାନଙ୍କପ୍ରତି ଗୁରୁତ୍ୱ ଦେବା ସହିତଏଥିନେଇ ବ୍ଳକ, ପଞ୍ଚାୟତ ଓ ଗ୍ରାମସ୍ତରିୟ କମିଟି ଗଠନ କରିବା ସହିତ ପ୍ରତି କମିଟିରେ ଦୁଇଜଣ ପୁରୁଷ, ଜଣେ ମହିଳା ରହିବା ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ, ଆଶା କର୍ମୀ ରହିବେ ଗ୍ରାମ ସ୍ତରରେ, ସେହିଭଳି ପଞ୍ଚାୟତ ସ୍ତରରେ ଓ ବ୍ଳକ ସ୍ତରରେ କମିଟି ଗଠନ କରାଯିବ । ଆସନ୍ତା କାଲି ପୁଣି କମିଟି ଗଠନ ନେଇ ବୈଠକ ହେବାର କାର୍ଯ୍ୟକ୍ରମ ରହିଥିବା ବିଡିଓ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.