ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଆଇନ୍ ଖନନ ଅଭିଯୋଗରେ ରାଜ୍ୟପାଳଙ୍କୁ ଭେଟିଲା ଶ୍ରୀ ମନ୍ଦିର ସୁରକ୍ଷା ଅଭିଯାନ

ଭୁୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବେଆଇନ୍ ଖନନ ଅଭିଯୋଗ ମାମଲାରେ ରାଜ୍ୟପାଳଙ୍କୁ ଭେଟିଲା ଶ୍ରୀ ମନ୍ଦିର ସୁରକ୍ଷା ଅଭିଯାନ । ପ୍ରକଳ୍ପ କାର୍ଯ୍ୟ ବେଆଇନ୍ ବୋଲି ରାଜ୍ୟପାଳଙ୍କୁ କହିଲା ଏହି ସଂଘ । କେବଳ ଏତିକି ନୁହେଁ ଏହି ପ୍ରକଳ୍ପ ଦ୍ୱାରା ମନ୍ଦିର ବିପଦରେ ଥିବା ମଧ୍ୟ କୁହାଯାଇଛି । ଏପରିକି ନିୟମର ଉଲ୍ଲଂଘନ ହୋଇଥିବା ମଧ୍ୟ କୁହାଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧା ଅଞ୍ଚଳରେ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ରାଜନୀତି ଜୋର ଧରିଥିବାବେଳେ ହାଇକୋର୍ଟ ଏହି ପ୍ରସଙ୍ଗରେ ଦାଏର ମାମଲାର ଶୁଣାଣି ମେ’ ୯ତାରିଖରେ କରିବା ପାଇଁ ସାନି ତାରିଖ ଧାର୍ଯ୍ୟ କରିଛନ୍ତି ।

nis-ad
Leave A Reply

Your email address will not be published.