ଆଜମଙ୍କ ମୁକୁଳିବା ଅପେକ୍ଷାରେ ଶିବପାଲ, ଗଠନ ହେବ ନୂଆ ସାମ୍ମୁଖ୍ୟ

ଲକ୍ଷ୍ନୌ: ଆଜମଙ୍କ ମୁକୁଳିବା ଅପେକ୍ଷାରେ ଶିବପାଲ। ଆଜମ ଜେଲରୁ ମୁକିଳିବା ମାତ୍ରେ ଗଠନ ହେବ ନୂଆ ସମ୍ମୁଖ୍ୟ। ଯାହାକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଜୋରଦାର ଚର୍ଚ୍ଚା। ସୂଚନା ମୁତାବକ, ସମାଜବାଦୀ ଦଳ(ଏସପି) ବିଧାୟକ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆର ସଭାପତି ଶିବପାଲ ସିଂ ଯାଦବ ଅନ୍ୟତମ ସମାଜବାଦୀ ପାର୍ଟି ବିଧାୟକ ମୋହଦ ଆଜମ ଖାନଙ୍କ ସହ ମିଶି ଏକ ନୂଆ ରାଜନୈତିକ ଦଳ କରିବେ। ଗୋଟିଏ ମାମଲାକୁ ବାଦ ଦେଇ ଆଜମ ଖାନ୍ ସବୁ ମାମଲାରୁ ବେଲ ପାଇସାରିଥିବାରୁ ତାଙ୍କ ଜେଲରୁ ମୁକିଳିବା ଅପେକ୍ଷାରେ ଶିବପାଲ ରହିଛନ୍ତି। ବିଜେପି ଓ ଏସପି ଠାରୁ ସମଦୂରତା ରକ୍ଷା କରି ସେ ଏହି ଦଳ ଗଢ଼ିବେ। ଯାହା ବାବଦରେ ସେ ଆଜମ ଖାନଙ୍କୁ ଜେଲରେ ଭେଟି ଆଲୋଚନା କରିବା ସହ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି।
ଏସପିରେ ସେମାନଙ୍କୁ ଉଚିତ ଗୁରୁତ୍ୱ ଦିଆଯାଉ ନ ଥିବା ଏବଂ ଏସପି ମୁଖ୍ୟ ଅଖିଲେଶ ଯାଦବଙ୍କ କାମ କରିବା ତରିକାକୁ ଏହି ଦୁଇ ନେତା ନାପସନ୍ଦ କରି ଆସୁଛନ୍ତି। ଆଜାମ ଖାନଙ୍କ ସହଯୋଗୀମାନେ ମଧ୍ୟ ଏସପିର ନେତୃତ୍ୱକୁ ବିରୋଧ କରି ଆସୁଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱାରା ସେମାନେ ଟାର୍ଗଟ ହେଉଥିବା ବେଳେ ଏସପି ମୁଖ୍ୟ ସେମାନଙ୍କ ପ୍ରତି ବିମୁଖ ହେବା ଏହାର କାରଣ ହୋଇଛି।
ତେଣେ ଶିବପାଲ ଏକ ଟ୍ୱିଇଟ କରି ତାଙ୍କୁ ପାଦରେ ଦଳିଦେବା ଭଳି ଅନୁଭବ ହେଉଥିବା ନେଇ ଅଖିଳେଶଙ୍କ ବିରୋଧରେ ମତ ପ୍ରକାଶ କରିଥିଲେ। ଯାହାପରେ ଏହା ଅଲୋଚନାର ବିଷୟ ହୋଇଛି। ଏସପିର କୁଳବୃଦ୍ଧ କୁହାଯାଉଥିବା ମୁଲାୟମ ସିଂ ଯାଦବ ସେମାନଙ୍କ ସ୍ୱାର୍ଥ ସୁରକ୍ଷା ନିମନ୍ତେ ଫେଲ ହେବା ସହ ତାଙ୍କ ପୁଅ ପଛରେ ନେତାମାନଙ୍କ ଗୁରୁତ୍ୱ ଫୋପାଡ଼ି ଦେଇଥିବା ଏହି ଦୁଇ ନେତା ଅସନ୍ତୋଷ ପ୍ରକାଶ କରି କହିଛନ୍ତି।
ଶିବପାଲ ବିଜେପିରେ ଯୋଗଦେବାର କୌଣସି ଯୋଜନା ନ ଥିବା କହିବା ସହ ସେ ତାଙ୍କ ଦଳକୁ ପୁନରଗଠନ କରିବେ ବୋଲି ମତ ପ୍ରକାଶ କରିଛନ୍ତି। ଭିମ ଆର୍ମିର ଚନ୍ଦ୍ର ଶେଖର, ଜନଅଧିକାର ଦଳର ବାବୁ ସିଂ ଖୁସୱାଲା ଏବଂ ରାଷ୍ଟ୍ରୀୟ ଲୋକଦଳ ନେତାମାନଙ୍କୁ ନେଇ ସେ ଏହି ସାମୁଖ୍ୟ ଗଠନ କରିବେ। ଏସପିର ବହୁ ବିଧାୟକ ଓ ବରିଷ୍ଠ ନେତାଙ୍କ ସହଯୋଗ ମିଳିବା ଆଶା ମଧ୍ୟ ସେ ରଖିଛନ୍ତି।
ଅଖିଳେଶଙ୍କ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା ବହୁ ଭେଟରାନ ନେତା ମଧ୍ୟ ଏହି ସମୁଖ୍ୟରେ ଯୋଗଦେଉଥିବା ମଧ୍ୟ ସୂଚନା ମିଳିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ମୁସଲିମ-ଯାଦବ ସମୁଖ୍ୟ ତିଆରି ହେବ ବୋଲି ଜଣେ ବରିଷ୍ଠ ଏସପି ନେତା କହିଛନ୍ତି। ତେଣେ ଟିକେଟ ନ ପାଇ ବିଜେପିରେ ଯୋଗ ଦେଥିବା କିଛି ପୂର୍ବତନ ଏସପି ନେତା ମଧ୍ୟ ଶିବପାଲଙ୍କ ସମ୍ପର୍କରେ ଥିବା କୁହାଯାଉଛି।

nis-ad
Leave A Reply

Your email address will not be published.