ଦାରିଙ୍ଗବାଡ଼ି ବନାନୀ ସାରସ୍ୱତ ପରିଷଦ ପକ୍ଷରୁ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ରୁନିତାଙ୍କୁ ସମ୍ବର୍ଦ୍ଧନା…

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡ଼ି ପାଇଁ ଗର୍ବ ଆଉ ଗୌରବ ଆଣି, ଇତିହାସ ରଚିଥିବା ରୁନିତା ପ୍ରଧାନଙ୍କୁ ମଙ୍ଗଳବାର ଦିନ ଦାରିଙ୍ଗବାଡ଼ି ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବନାନୀ ସାରସ୍ୱତ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଯାଇଛି। ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ରସାନନ୍ଦ କର ଯୋଗ ଦେଇଥିଲେ । ଅତିଥି ଭାବେ ବ୍ଲକ ମଙ୍ଗଳ ଅଧିକାରୀ ବୁରୁମାଝୀ ପଡ୍ରା, ସ୍କୁଲ ପ୍ରଧାନ ଶିକ୍ଷକ ମୁକେଶ ଦୁଗାଲ, ପତିତପାବନ ରାଉତ, ବିଦ୍ୟାଧର ମଳିକ,ଶ୍ୟାମସୁନ୍ଦର ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିଶ୍ୱବିଦ୍ୟାଳୟ ସ୍ତରରେ ୩ ଗୋଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ରୁନିତା ପ୍ରଧାନଙ୍କୁ ଅତିଥି ମାନେ ମାନପତ୍ର ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଆଗାମୀ ଭବିଷ୍ୟତରେ ଜଣେ ଉତ୍ତମ ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ବୋଲି ରୁନିତା ମତପ୍ରକାଶ କରିଥିଲେ। ରୁନିତା କନ୍ଧମାଳ ଜିଲ୍ଲାର ପ୍ରଥମ ଛାତ୍ରୀ ଭାବେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜିଲ୍ଲାର ଆଗାମୀ ଯୁବପିଢିଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏହି ସଭାକୁ ବରିଷ୍ଠ ଶିକ୍ଷକ ବିଦେଶୀ ନାୟକ ପରିଚାଳନା କରିଥିବା ବେଳେ ଅଂଚଳବାସୀ ସମେତ ରୁନିତାଙ୍କ ପିତାମାତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.