ଶ୍ରୀଶ୍ରୀଶ୍ରୀ ମା ମୁକ୍ତାଦେବୀଙ୍କ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ…

ଚିକିଟି– ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଚିକିଟି ପ୍ରସିଦ୍ଧ ଶ୍ରୀଶ୍ରୀଶ୍ରୀ ମା ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ସକାଶେ ଅକ୍ଷୟ ତୃତୀୟା ଅବସରରେ ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ଏନ ଏ ସି ମାର୍କେଟ ସ୍ଥିତ ଶ୍ରୀଶ୍ରୀଶ୍ରୀ ମା ମୁକ୍ତାଦେବୀଙ୍କ ଯାତ୍ରାମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ବହୁ ଯାତ୍ରାପ୍ରେମୀ ବାଦ୍ୟ, ବାଜଣା, ଘଣ୍ଟ, ଢୋଲ ଓ ସଂକୀର୍ତ୍ତନ ସହିତ ଆସି ଶ୍ରୀଶ୍ରୀଶ୍ରୀ ମା ମୁକ୍ତାଦେବୀଙ୍କ ମନ୍ଦିର ଠାରୁ ଆଜ୍ଞା ମାଳ ପାଇବା ପରେ ଶୁଭଖୁଣ୍ଟି ସ୍ଥାପନ କରିଥିଲେ। ଗତ ଦୁଇ ବର୍ଷ ପୂର୍ବେ ହେବାକୁ ଥିବା ଯାତ୍ରା ମହାମାରୀ କରୋନା ସଂକ୍ରମଣ ଯୋଗୁଁ ବନ୍ଦ ହୋଇଯାଇଥିବା ବେଳେ ଆଜି ମାଙ୍କର ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ ହେଲା ପରେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି। ୧୫ ଦିନ ଧରି ହେବାକୁ ଥିବା ମାଙ୍କ ଯାତ୍ରା ପାଇଁ ଆହୁରି ପ୍ରାୟ ୨୪ ଦିନ ବାକି ଥିଲା ବେଳେ ଏବେ ଠାରୁ ବିଭିନ୍ନ ସାହି ଓ ବଜାରର ଯୁବଗୋଷ୍ଠୀ ଯାତ୍ରା ସକାଶେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମନ୍ଦିର ମେନେଜିଂ ଟ୍ରଷ୍ଟ ସଭାପତି ଧର୍ମା ସାହୁଙ୍କ ତତ୍ତ୍ୱାବଧାନରେ ସମସ୍ତ କର୍ମକର୍ତ୍ତା ଯଥା ପ୍ରଶାନ୍ତ କୁମାର ସାହୁ, ପ୍ରମଦ କୁମାର ସାହୁ, ଟି ଆନନ୍ଦ ରାଓ ସୁବୁଦ୍ଧି, ରଘୁନାଥ ସାହୁ, ମଥୁରା ସାହୁ, କ୍ଷୀରମଣି ନାଇକ, ମାର୍କଣ୍ଡ ସାହୁ, ରଘୁନନ୍ଦନ ସାହୁ, ରମେଶ ଗୌଡ଼, ସଦାନନ୍ଦ ସାହୁ, ସୁନି ସାହୁ, ସନ୍ତାଷ ସାହୁ, ତ୍ରିପତି ସାହୁ, ଅକ୍ଷୟ ସାହୁଙ୍କ ସମେତ ଗ୍ରାମର ବହୁ ବୁଦ୍ଧିଜୀବୀ ସାଙ୍ଗକୁ ଗ୍ରାମବାସୀ ଓ ଯୁବପୀଢ଼ି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସୁନାମଧନ୍ୟ ମୁଖ୍ୟ ପୁରହିତ ଅଶୋକ କୁମାର ପାଢ଼ୀ ଓ ତ୍ରିପତି ପାଢ଼ୀଙ୍କ ମନ୍ତ୍ର ଧ୍ୱନୀରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ବେଳେ ମୁଖ୍ୟ କର୍ତ୍ତା କୃଷ୍ଣଚନ୍ଦ୍ର ପଣ୍ଡା ଓ ଦୁଇ ପୂଜାରୀ ଉପସ୍ଥିତ ରହି ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ କରିଥିଲେ।

nis-ad
Leave A Reply

Your email address will not be published.