ସିରିପେଟା ଠାରେ ଅକ୍ଷୀମୁଠୀ ଓ ରଥକାଠ ର ଶୁଭ ଅନୁକୂଳ…

ମାଲକାନଗିରି : କୁଡୁମୁଳୁଗୁମ୍ମା ପରକନମାଳା ଗ୍ରାମ ପ°ଚାୟତ ଅନ୍ତର୍ଗତ ସିରିପେଟା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଚାଷୀମାନ°କ ବଡପର୍ଵ ଅକ୍ଷୟ ତୃତୀୟା ବହୁତ ଧୁମଧାମରେ ପାଳିତ ହୋଇଯାଇଛି । ସିରିପେଟା ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଏକ ନିଜସ୍ୱ ଜମିରେ ମୁଖ୍ୟ ପୂଜକ°କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା ଏହି ଅବସରରେ ମନ୍ଦିର ସମିତିର ଶହଶହ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଖୋଳ, ମୃଦଙ୍ଗ, ତାଳ ଓ ହୁଳହୁଳି ଶବ୍ଦ ମଧ୍ୟରେ ମାଟି ମାଁ କୁ ପୂଜା କରିଥିଲେ ଓ ସମ୍ପୂର୍ଣ୍ଣ ଜମିରେ ଧାନ ବିହନ ରୋପଣ କରାଯାଇଥିଲା, ଏହାପରେ ପାଞିନୁସାରେ ସଠିକ ଲଗ୍ନ ସମୟରେ ସମସ୍ତେ ରଥ ନିକଟରେ ପହଁଚିଥିଲେ , ବିଧି ବ୍ୟବସ୍ଥା ପ୍ରକାରେ ମହିଳା ମାନେ କଳସୀ ରେ ଜଳ ଆଣି ରଥକାଠକୁ ଧୋଇଥିଲେ ଓ ମୁଖ୍ୟ ପୂଜାରୀ ବିଜୟ ପଣ୍ଡା, ଅନୁକୂଳ ମନ୍ତ୍ର ଉଚ୍ଚାରଣ ସହ ରଥକାଠ ଅନୁକୂଳ ପ୍ରକ୍ରିୟା ସମ୍ପର୍ଣ୍ଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ କୁ ଖଇରପୁଟ ଜିଲ୍ଲା ପରିଷଦ ଜୋନର ସଭ୍ୟ ବଳି ମାଝୀ, ମନ୍ଦିର ଟ୍ରଷ୍ଟର ସଭାପତି ସହଦେଵ ଶୀସା, କୁଡୁମୁଲୁଗୁମ୍ମା ସରପଞ୍ଚ ମ°ଗଳା ମାଢୀ, ଦୟଣା କ୍ଷେତ୍ରରେ ଗଜପତି ସାହେବ ବାରୀକ, ମୁଖ୍ୟକର୍ତ୍ତା J.ର°ଗାରାଓ ଓ ତାଙ୍କର ସହଧର୍ମୀଣି J.ସାଇଲକ୍ଷ୍ମୀ ,କୃଷି ବିଭାଗ ପକ୍ଷରୁ VAW ଶ୍ରୀକାନ୍ତ ନରମଚେଟ୍ଟି, ,ପିଣ୍ଟୁ ସ୍ୱାଇଁ ଓ ଅନ୍ୟ ମାନଙ୍କ ଗହଣରେ ଆଜିର ଅକ୍ଷୟ ତୃତୀୟା ଧୂମଧାମରେ ପାଳିତ ହୋଇଯାଇଛି ।

nis-ad
Leave A Reply

Your email address will not be published.