ବିଜେପି ପକ୍ଷରୁ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ, ଧାରଣା ଦେଲେ ବିଜେପି ୬ କାଉନସିଲର

ନବରଙ୍ଗପୁର : ନବରଙ୍ଗପୁର ବିଜେପି ଦଳ ପକ୍ଷରୁ ସହରରେ ଅଘୋଷିତ ବିଦ୍ୟୁତ୍ କାଟ ନେଇ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ନେତୃତ୍ୱରେ ପୌର ପାଳିକା ର ବିଜେପି କାଉନସିଲର ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ ମାନସ ରଞ୍ଜନ ଦାସ ମିଳିତ ଉଦ୍ୟମରେ ଆଜି ୧୧ ଟାରେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଜେପି ର ଏହି ଘେରାଉ ସମୟରେ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ , ଏସ ଡି ଓ ଓ ଜେ ଇ ମାନଙ୍କ ଅନୁପସ୍ଥିତି ଥିବା ଦେଖି ଦଳୀୟ କର୍ମକର୍ତ୍ତା ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣା ରେ ବସିଥିଲେ । ଏହି ଧାରଣାରତ ଥିବା ବେଳେ ଜେ ଇ କାର୍ଯ୍ୟାଳୟ ପରିସରକୁ ଆସି ଆଲୋଚନା ନ କରି ଫେରିଯାଇଥିଲେ । ଜେ ଇ ଙ୍କ ଏହି ପରି ଅଣଦେଖା ଯୋଗୁଁ ଧାରଣା ରତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦ୍ୱିଗୁଣିତ କରିଥିଲା । ଦୀର୍ଘ ସମୟ ଧରି କୌଣସି ଅଧିକାରୀ ଧାରଣାସ୍ଥଳ କୁ ଆସି ଆଲୋଚନା କରିନଥିବା ଦେଖିବାକୁ ମିଳିଥିଲା । ଇତି ମଧ୍ୟରେ ଦଳୀୟ କର୍ମକର୍ତ୍ତା ବିଦ୍ୟୁତ୍ ବିଭାଗର ଅଧିକାରୀ ମାନଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଏହା ସହ ଜନସାଧାରଣ ମଧ୍ୟ ଏହି ଧାରଣାକୁ ସମର୍ଥନ ଜଣାଇବା ସହ ଧାରଣାରେ ସାମିଲ ହୋଇଥିଲେ । ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ବିଦ୍ୟୁତ୍ ବିଭାଗ ଅଧିକାରୀ ଜେ ଇ ପି. କେ ସିଂ ଓ ଶ୍ରୀ ଖଟେଇ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଛାତ୍ରଛାତ୍ରୀ ପାଠପଢା ଅସୁବିଧା ସୃଷ୍ଟି ହେବା , ରୋଗୀସେବା ବାଧା ପ୍ରାପ୍ତ , ଅସହ୍ୟ ଗରମ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେବା ଆଦି ବିଦ୍ୟୁତ୍ କାଟ ଯୋଗୁଁ ଉପୁଜିଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହାର ନିରାକରଣ ପାଇଁ ନିରବିଛିନ୍ନ ଭାବେ ବିଜୁଳି ଯୋଗାଣ କରିବାକୁ ଦାବି କରାଯାଇଥିଲା । ଏହି ଦାବିକୁ ପୁରଣ କରିବାକୁ ବିଦ୍ୟୁତ୍ କାର୍ଯ୍ୟାଳୟ ଅଧିକାରୀ ମାନେ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପୁନର୍ବାର ଏହି ପରି ଅଘୋଷିତ ବିଦ୍ୟୁତ୍ କାଟ କରାଯାଏ ତାହାହେଲେ ଦଳ ପକ୍ଷରୁ ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି ବିଜେପି ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହି ଆଲୋଚନା ସମୟରେ କାଉନସିଲର ଏ . ସତିଶ , ଶର୍ମିଷ୍ଠା ଦେଓ , ଅମିତ ପ୍ରଧାନ , ମମତା ମହାରଣା , ସୋମେଶ ଖୋରା, ପୁନମ ସାହୁ ସମେତ ଜିଲ୍ଲା ଉପ ସଭାପତି ସତ୍ୟବାଦୀ ଷଡ଼ଙ୍ଗୀ , ନଗର ସଭାପତି ଅମୂଲ୍ୟ ମିଶ୍ର , ରାଜେନ୍ଦ୍ର ତ୍ରିପାଠୀ, ବାବୁଲା ପଟ୍ଟନାୟକ , ଟିବୁ ବାବୁ , ମଧୁ ଗାଦବା , ରାଜ , ଭିକି ଜେନା , ଶୁଭମ୍ ଚୌଧୁରୀ , ବିନୁ ସୁନା ପ୍ରମୁଖ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.