ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୨ ଅବସରରେ ଜି. ଉଦୟଗିରିଠାରେ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୨ ତାଲୁକା ଆଇନ୍ ସେବା ପ୍ରାଧିକରଣ ଜି. ଉଦୟଗିରି ଓ ସେଚ୍ଛାସେବୀ ଅନୁଷ୍ଠାନ ଦାତୀ ଙ୍କ ମିଳିତ ସହଯୋଗରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ସଂପାଦିକା ଶ୍ରୀମତି ରମାଦେବୀ ସୋରେନ୍ ଜନସାଧାରଣଙ୍କ ନିମନ୍ତେ ଥିବା ମୌଳିକ ଅଧିକାରକୁ କିପରି ଜାଣିବା ସହିତ ଅଧିକାର ସାବ୍ୟସ୍ତ କରିବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ତତ୍ ସହିତ ନିୟମିତ କରାଯାଉଥିବା ଶ୍ରମ କାର୍ଡ ମେଳା ମଧ୍ୟମରେ ନୂତନ କାର୍ଡ ପାଇଁ ଆବେଦନ କରିବାକୁ ତାଙ୍କ ବକ୍ତବ୍ୟରେ କହିଥିଲେ । ଆୟୋଜକ, ଜି.ଉଦୟଗିରି ତାଲୁକା ଆଇନ୍ ସେବା ପ୍ରାଧ୍ଵକରଣର ଆଇନ୍ ଅଧିକାରୀ ଶ୍ରୀଯୁକ୍ତ ପତିତପାବନ ପଣ୍ଡା ତାଙ୍କର ବକ୍ତବ୍ୟରେ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ସମସ୍ତ ଯୋଜନା ବା କାର୍ଯ୍ୟକ୍ରମ ସମସ୍ତ ହିତାଧୁକାରୀ ସହଜରେ ପାଇପାରିବେ ସେଥ୍‌ନିମନ୍ତେ ପ୍ରତ୍ୟେକ ଆଇନ୍‌ର ଏକ ଅଧିନିୟମ ରଖାଯାଇଛି ବୋଲି ଥିଲେ । ତେଣୁ ଉପଯୁକ୍ତ ହିତାଧିକାରୀ ନିଜସ୍ତ୍ର ଭାବେ ଏହାର ସୁବିଧା ନେବାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହ ଆମ ଦେଶର ଶ୍ରମିକ ମାନେ କୋଟି କୋଟି ଜନସାଧାରଣ ଙ୍କୁ ପେଟକୁ ଦାନା ଯୋଗାଇ ଯେଉଁ ପୂନ୍ୟଅର୍ଜନ କରୁଛନ୍ତି ଓ ଦେଶ ପାଇଁ ଯେଉଁ ଗୁରୁଦାୟିତ୍ବ ତୁଲାଉଛନ୍ତି ତାହା ଅତୁଳନୀୟ ବୋଲି କହିଥିଲେ । ସ୍ଥାନୀୟ କାଉନ୍ସିଲର ଲକ୍ଷ୍ମୀପ୍ରିୟା ପରିଛା ଓ ଭାରତୀ ବେହେରା ଯୋଗ ଦେଇ ସନ୍ଥ ଶାସନ ପାଇଁ ସଟ ଅଧିକାରୀ ସହ ଜନସାଧାରଣଙ୍କ ଦାବି ମଧ୍ୟ ଆବଶ୍ୟକ ବୋଲି କହିଥିଲେ । ତତ୍ସହିତ ଝୁମୁକା କିନ୍ନର ଉପସ୍ଥିତ ରହି ତୃତୀୟ ଲିଙ୍ଗ ମାନଙ୍କ ପ୍ରତି ସମାଜରେ ଥିବା କୁଦୃଷ୍ଟିକୁ ବ୍ୟାଖ୍ୟା କରିବା ସହ ଏହାକୁ ପ୍ରତ୍ୟେକ ବ୍ୟକ୍ତି ପରିତ୍ୟାଗ କରି ସେମାନଙ୍କୁ ମଧ୍ୟ ମୂଖ୍ୟସ୍ରୋତରେ ସାମିଲ୍ ହେବା ନିମନ୍ତେ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ବରିଷ୍ଠ ଆଇନ୍‌ଜିବୀ ବିଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ଅଂଚଳର ଶତାତ୍ଵିକ ଶ୍ରମିକ ଗୋଷ୍ଠି ଓ ମହିଳା ଯୌନାକର୍ମୀମାନେ ଯୋଗ ଦେଇ ସେମାନଙ୍କର ମନରେ ଥିବା ବିଭିନ୍ନ ପ୍ରଶ୍ନ ମଧ୍ୟ ଉତ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ସ୍ଵାତୀ ତରଫରୁ ପ୍ରଦୀପ କୁମାର ସ୍ବାଇଁ ଓ ବିଶ୍ବରଞ୍ଜନ କର ପରିଚାଳନା କରିଥିବା ବେଳେ ଶ୍ରଦ୍ଧାଙ୍ଗିନୀ ମଲ୍ଲିକ, କନକଲତା ପାତ୍ର, ଝରଣା ଦିଗାଲ, ଲିଳାବତୀ ମଲ୍ଲିକ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.