ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ସାମା ଖୁରାମି ଙ୍କ ଅନାଥ ପିଲାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଇଣ୍ଟରନ୍ୟାସନାଲ ହୁମାନ ରାଇଟ କମିସନ ସଦସ୍ୟ…
ମଲକାନଗିରି : ଚଲାନଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଟିବେରୀ ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା l ପରିବାର କହିଲେ ତିନି ଶିଶୁକୁ ବୁଝାଉଛି l କିଛି ସପ୍ତାହ ପୂର୍ବରୁ ୩ ଜଣ ଶିଶୁ ମାଙ୍କୁ ହରାଇ ଆଖିରୁ ଲୁହ ଶୁଖିନଥିବା ବେଳେ ଗତ ସପ୍ତାହରେ ବାପାଙ୍କ ମୃତ୍ୟୁରେ ଦୁଃଖର ପାହାଡ଼ ଲଦି ହୋଇପଡିଛି ଏହି ୩ଶିଶୁଙ୍କ ଉପରେ l ଗ୍ରାମବାସୀଙ୍କ କହିବା ଅନୁଯାୟୀ ୩୨ ବର୍ଷୀୟ ସମା ଖୁରାମି ନିଜ ସ୍ତ୍ରୀ ଓ ତିନି ଶିଶୁ ୨ ପୁଅ ବିକୁ ଖୁରାମି 10 ବର୍ଷ,ଇରମା ଖୁରାମି 6 ବର୍ଷ ଓ ଗୋଟିଏ ଝିଅ ମାଧୁରୀ ଖୁରାମି 8 ବର୍ଷ ନେଇ ହସ ଖୁସିରେ ପରିବାର ଚଳାଉ ଥିଲେ କିନ୍ତୁ ତାଙ୍କର ଏହି ଖୁସି ଦଇବ ଆଖିରେ ଦେଖା ଦେଲା ନାହିଁ l ତାଙ୍କ ହସ ଖୁସିର ପରିବାରକୁ ଉପରକୁ ମାଡି ଆସିଲା ମହା ବିପତ୍ତି l ତିନି ସପ୍ତାହ ତଳେ ନିଜ ସ୍ତ୍ରୀ ଙ୍କୁ ହରାଇଥିବା ସାମା ନିଜେ କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲ ମଧ୍ୟକୁ ଯାଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାର ଶିକାର ହୋଇଥିଲେ l ଗ୍ରାମବାସୀ ମାନେ ଗ୍ରାମରେ ମୋବଇଲ ନେଟୱର୍କ ନ ଥିବାରୁ ଆମ୍ବୁଲାନ୍ସ ଡାକିବା ସମ୍ଭବ ହୋଇପାରିନଥିଲା ଯାହାଫଳରେ ଟିଟିବେରୀ ଗ୍ରାମରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣିବାକୁ ପଡିଥିଲା l ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ବିତିବା ଏବଂ ଶରୀରରେ ବିଷର ମାତ୍ରା ବଢ଼ିବା ଯୋଗୁ ସାମା ଖୁରାମି କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏହି ବାପା ମା ଛେଉଣ୍ଡ ତିନି ଶିଶୁଙ୍କ ଦାୟିତ୍ୱ ନେବାକୁ ଗ୍ରାମରେ କେହି ନଥିବାରୁ ନିକଟସ୍ଥ ପାହାଡ଼ଗୁଡ଼ା ଗ୍ରାମରେ ନିଜ ବଡ ବାପାଙ୍କ ଘରେ ଆଶ୍ରୟ ନେଇଛନ୍ତି l ଆଜି ମାଲକାନଗିରି ଇଣ୍ଟରନ୍ୟାସନାଲ ହୁମାନ ରାଇଟ କମିସନ ସଦସ୍ୟ ମାନେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରି ଉକ୍ତ ପରିବାଙ୍କୁ ମିଶି ଶୁଖିଲା ଖାଦ୍ୟ, ଚାଉଳ ଓ ରୋଷେଇ ସାମଗ୍ରୀ ପ୍ରଦାନ କରିଥିଲେ ଏବଂ ଯଥାଶୀଘ୍ର ତିନିଜଣ ଅନାଥ ଶିଶୁଙ୍କୁ ସରକାରୀ ସହାୟତା,ଥଇଥାନ ଓ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ l ଇଣ୍ଟରନ୍ୟାସନାଲ ହୁମାନ ରାଇଟ କମିଶନ ପକ୍ଷରୁ ବି ଶ୍ରୀନିବାସ ପାତ୍ର, ଅପୂର୍ଵ କୁମାର ଥଣ୍ଡର ଓ ବସନ୍ତ କୁମାର ଜେନା ଯୋଗଦେବା ସହ ଚଲାଣଗୁଡ଼ା ସରପଞ୍ଚ ଅରକ୍ଷୀତ ନାୟକ ଉପସ୍ଥିତ ରହିଥିଲେ l