ମାଲକାନଗିରି : ମାଥିଲି ବନାଞ୍ଚଳ ଅନ୍ତର୍ଗତ କୁଟଣିପାଲି ଗ୍ରାମ ଠାରେ ବନ ବିଭାଗ ମାଥିଲି ତରଫରୁ ଆଞ୍ଚଳିକ ଭାଷାରେ ଏକ ପଥପ୍ରାନ୍ତ ନାଟକ ଓ ଲୋକ ନୃତ୍ୟ ଆୟୋଜନ କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜଙ୍ଗଲର ବୃକ୍ଷରାଜି, ପଶୁ ପକ୍ଷୀ ଜୀବ ଜନ୍ତୁ ର ସୁରକ୍ଷା କରିବା ବେଣ୍ଟ ଶିକାର ନ କରିବା ଜଙ୍ଗଲ ରେ ନିଆଁ ଲଗାଇ ପରିବେଶ ସୁରକ୍ଷା କରିବା ଏଥି ନିମନ୍ତେ ଏକ ସ୍କ୍ରିପ୍ଟ ଶ୍ରୀ ତପନ କୁମାର ସାହା ରଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବନପାଳ ଫକିର ଚରଣ ମାହାଲି ବନରକ୍ଷୀ ତପନ ସାହା ସୃଷ୍ଟି ଅନୁଷ୍ଠାନର କିଶୋର ପାଟିକା ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ବନାଞ୍ଚକ ଅଧିକାରୀ ବାସୁଦେବ ନାୟକ ଙ୍କ ତତ୍ୱାବଧାନରେ ହୋଇ ଥିଲା । ଗ୍ରାମବାସୀ ଜଙ୍ଗଲର ଉପକାରିତା ସଂପର୍କରେ ଅବଗତ ହୋଇପାରିଥିଲେ। ଆଗାମୀ ଦିନରେ ଏହି ପରି ସଚେତନତା କାର୍ଯ୍ୟକ୍ରମ ଅନେକ ବନାଞ୍ଚଲ ଅନ୍ତର୍ଗତ ଦୁର୍ଗମ ଗ୍ରାମ ଗୁଡିକରେ କରାଯିବ ବୋଲି ଶ୍ରୀ ବାସୁଦେବ ନାୟକ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.