୨୦୪ଜଣ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ

ଦାରିଙ୍ଗବାଡ଼ି,୩୦/୪ : ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ୨୦୪ଜଣ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଲେଖିଥିବା ଖବର ହସ୍ତଗତ ହୋଇଛି। ବ୍ଳକ ମହକୁମା ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟରେ ନବୋଦୟ ପ୍ରବେଶିକା ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଦାରିଙ୍ଗବାଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲେଖିବାର ରହିଥିଲା ବେଳେ କୌଣସି କାରଣରୁ ୧୫୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୫ ଜଣ ଓ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୩୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୯ଜଣ ଏହିପରି ବ୍ଳକରେ ୨୮୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ପରୀକ୍ଷା କେନ୍ଦ୍ର ସୁପୁରିଟେଣ୍ଡେଣ୍ଟ ମାନଙ୍କ ସୂଚନାରୁ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.