MKCG ମେଡିକାଲରେ DMRT ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ଆକ୍ରମଣ ଫଳରେ ଛାତ୍ରଛାତ୍ରୀମାନଙ୍କ ଧାରଣା, ରୋଗୀ ସେବା ଠପ୍‌

ବ୍ରହ୍ମପୁର : ଦକ୍ଷିଣ ଓଡିଶାର ଏକ ମାତ୍ର ବଡ଼ମେଡିକାଲ ରୂପେ ବ୍ରହ୍ମପୁରର MKCG ମେଡିକାଲ ସାରା ଓଡିଶାରେ ପରିଚିତ | ଏଠାକୁ ଜିଲ୍ଲା ଓ ଜିଲ୍ଲା ବାହାରର ବହୁତ ରୋଗୀ ନିର୍ଭର କରି ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି | ବହୁତ ଭଲ ହୋଇ ଯାଆନ୍ତି କିନ୍ତୁ ବେଳେବେଳେ ସାମାନ୍ୟ କଥାରୁ ରୋଗୀ ସମ୍ପର୍କୀୟ ମାନେ କର୍ତଵ୍ୟରତ କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥାନ୍ତି | ଯେମିତି ଶୁକ୍ରବାର ଦିନ ଘଟଣା ଘଟିଛି ଜଣେ ରୋଗୀ ଏକ୍ସରେ ପାଇଁ ବିଭାଗରପହଂଚି ଥିଲେ ସମୟ ହୋଇଯାଇ ଥିବା ଯୋଗୁଁ ପ୍ରଥମେ ନାହିଁ କରିଥିଲେ କିନ୍ତୁ ରୋଗୀ ସରମ୍ପକୀୟ ଜିଦ କରି ଯୁକ୍ତିତର୍କ କରିବାରୁ
ଏକ୍ସରେ କରିଥିଲେ | କିନ୍ତୁ ସେହି ଯୁବକ ଜଣକ ଯୁକ୍ତି କରି ପ୍ରଥମେ ନାହିଁ କଲ କାହିଁକି କହି ଅସଦାଚରଣ ସହ ମାଡ ମାରିଥିଲେ | ଏଥି ନେଇ DMRT ଛାତ୍ର ଛାତ୍ରୀ ମାନେ ପ୍ରଥମେ ମେଡିକାଲ ସୁପିରିଟେଣ୍ଡଣ୍ଟ ମେନେଜର ଓ B.N. ପୁର ଥାନାରେ ଜଣାଇଥିଲେ କିଛି ପଦକ୍ଷେପ ନେବାରୁ ଆଜି ସକାଳୁ ସେମାନେ ଧାରଣା ଦେଇଥିଲେ | ଯା ଫଳରେ ରୋଗୀ ସେବାସମ୍ପୂର୍ଣ ଠପ ହୋଇଯାଇଥିଲା | ପରେ ପୋଲିସ SDPO ବିଷ୍ଣୁ ପ୍ରସାଦ ପତି ଓ ମେଡିକାଲ କର୍ତ୍ତୃପକ୍ଷ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଫଳରେ କିଛି ସମୟ ପରେ ଧାରଣାରୁ ଉଠି ଯାଇଥିଲେ | କିନ୍ତୁ ଦାବି ପୂରଣ ନ ହେଲେ ପୁଣି ଧାରଣାରେ ବସିବେ ବୋଲି ଛତ୍ରଛାତ୍ରୀମାନେ କହିଛନ୍ତି |

nis-ad
Leave A Reply

Your email address will not be published.