ଯୁବକଙ୍କ ଆତ୍ମହତ୍ୟା


ହିଞ୍ଜିଳିକାଟୁ, (୨୯/୪) : ଶୁକ୍ରବାର ହିଞ୍ଜିଳି ଥାନା ଅନ୍ତର୍ଗତ ପୌରପରିଷଦ ୧୯ ନଂୱାର୍ଡ ହରିଜଳ ସାହିରେ ଜନୈକ ଯୁବକ ଵେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣକ ହେଲେ ଶମ୍ଭୁ ନାୟକ (୨୭) । ମୃତ ଶମ୍ଭୁ ଚାରି ମାସ ଧରି ହିଞ୍ଜିଳିକାଟୁ କଲେଜରେ ଅସ୍ଥାୟୀ ଭାବେ ସୁଇପର କାର୍ଯ୍ୟ କରୁଥିଲେ ।ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ ।ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୁଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.